• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି’ – ଭୁବନେଶ୍ବର ସାଂସଦ

Proprietor Abhimanyu Maharana by Proprietor Abhimanyu Maharana
July 18, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
‘ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି’ – ଭୁବନେଶ୍ବର ସାଂସଦ
Share on FacebookShare on TwitterWhatsapp

ବାଲେଶ୍ବର ପୀଡ଼ାତିଙ୍କ ଘଟଣାରେ ବିରୋଧୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ବାଲେଶ୍ବରର ବହୁ ଚର୍ଚ୍ଚିତ ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣା ପରେ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହି ଅବସରରେ ବିରୋଧୀଙ୍କ ସିଧା ସଳଖ ଟାର୍ଗେଟ୍ କରି ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଅପରାଜିତା ବିରୋଧୀଙ୍କ ଉପରେ ଏକ ପ୍ରେସମିଟ୍ ଜରିଆରେ ସିଧାସଳଖ ବର୍ଷିଛନ୍ତି । ଅପରାଜିତା କହିଛନ୍ତି ରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ସମୀକ୍ଷା କରନ୍ତୁ ବିରୋଧୀ ବିଜେଡି ।

‘ବିରୋଧୀ ବିଜୁ ଜନତା ଦଳ ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି’ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଗତ କଂଗ୍ରେସ 40 ବର୍ଷ ଓ ବିଜେଡି 24 ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷି ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧା ପ୍ରଶ୍ନ କରିଛନ୍ତି,

24 ବର୍ଷ ବିଜେଡି ସରକାରରେ ଯେଉଁ ମାଆ ଭଉଣୀଙ୍କ ସହିତ ଏପରି ଘଟଣା ଘଟିଛି, ସେମାନଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେବେ ପୀଡିତାଙ୍କ ପରିବାରକୁ ହେଉ କିମ୍ବା ଡାକ୍ତରଖାନାରେ ପୀଡିତାଙ୍କୁ କେବେ ଭେଟିଥିଲେ କି ?

କେବେ ସେମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି କି ?

କିମ୍ବା ସେମାନଙ୍କୁ ନ୍ୟାୟ ଦେଇଥିଲେ କି ?

ଆମର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ମାତ୍ରେ ସିଧା ଏୟାରପୋର୍ଟରୁ ଏମ୍‌ସ ଆସି ପୀଡିତାଙ୍କୁ ଭେଟି, ଏମ୍‌ସ ଡାକ୍ତରୀଟିମ ସହିତ ଆଲୋଚନା କରି ଚିକିତ୍ସା ବ୍ୟବସ୍ଥା ନିଜେ ତଦାରଖ କରିଥିଲେ । ଏମ୍‌ସରେ ପହଁଚିବା ପରେ ପୀଡିତାଙ୍କ ପରିବାର ସହିତ ସାକ୍ଷାତ କରି ଆଲୋଚନା କରି ସ୍ଥିତି ବୁଝି, ନ୍ୟାୟ ଦେବାକୁ କଥା ଦେଇଥିଲେ । ସେହିପରି ଏମ୍‌ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବା ଅବସରରେ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥା ନିଜେ ତଦାରଖ କରିଥିଲେ ।

ପୀଡିତାଙ୍କ ପରିବାରକୁ ନିଜେ ଭେଟିଥିଲେ ରାଷ୍ଟ୍ରପତି । ଏହା ସହିତ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି, ଗତକାଲି ଭୋଗରାଇ ଥାନାରେ ସୌମ୍ୟାଶ୍ରୀଙ୍କ ଭାଇ, ‘ଆମେ ଅସୁରକ୍ଷିତ ଅଛୁ, ବିଜେଡି ଓ କଂଗ୍ରେସ ଠାରୁ’ ବୋଲି ଏଫଆଇଆର କରିଛନ୍ତି । ‘କଂଗ୍ରେସ ଓ ବିଜେଡି ଚାହୁଁନାହାନ୍ତି ଆମକୁ ନ୍ୟାୟ ମିଳୁ’ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟକଟି ମହାବିଦ୍ୟାଳୟରେ ଶତ ପ୍ରତିଶତ ଆଇସିସି ବା ଅଭ୍ୟନ୍ତରୀଣ ଅଭିଯୋଗ ପରିଷଦ ଗଠନ କରାଯାଉ ବୋଲି ରାଜ୍ୟପାଳ ମଧ୍ୟ ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି । ଏକଥା ମଧ୍ୟ ଭୁବନେଶ୍ବର ସାଂସଦ ନିଜେ ଉଠାଇଛନ୍ତି ।

ଆମ ସରକାର ମାଆ-ଭଉଣୀଙ୍କ ସହିତ ସବୁବେଳେ ଅଛନ୍ତି । ସାଂସଦ ଅପରାଜିତା କହିଛନ୍ତି, ‘ବିକାଶର କୌଣସି ଦଳ ନଥାଏ । ଆମେ ସମସ୍ତେ ମିଶି ଜଗନ୍ନାଥଙ୍କ ରଥକୁ ଯେମିତି ଟାଣନ୍ତି, ସମସ୍ତେ ମିଶି ବିକାଶ ପାଇଁ ହାତ ମିଶାଇବା ଜରୁରୀ’ । ବାଲେଶ୍ବର ଘଟଣାରେ ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ସହିତ ରହିଛନ୍ତି, ଦୋଷୀ ଯିଏ ବି ଅଛନ୍ତି ତାକୁ ଦଣ୍ଡ ନିଶ୍ଚୟ ମିଳିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 24 ବର୍ଷ ଶାସନ କରିଛନ୍ତି ।  ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି ।

ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ  କି ?

କଂଗ୍ରେସ ମଧ୍ୟ 40 ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ?

ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତା ମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି । ବିଜେଡ଼ି 24 ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ 40 ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରିନଥିଲେ ?

ଏବେ ରାଜ୍ୟରେ ପରଷ୍ପରକୁ ଏକ କାଦୁଅଫିଙ୍ଗା ରାଜନୀତି ଚାଲିଛି । ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା ବୋଲି ପ୍ରେସମିଟରେ ବର୍ଷିଛନ୍ତି ଅପରାଜିତା । ମହିଳା ମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ । ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀଙ୍କ ସହିତ ଏପରି ସମ୍ବେଦନଶୀଳ ଘଟଣା ଘଟିବା ପରେ, ଉଭୟ ବିରୋଧୀ ଦଳ କେବଳ ସ୍ଥିତି ବଞ୍ଚାଇବା ପାଇଁ, ପ୍ରସଙ୍ଗରେ ରହିବା ପାଇଁ ଏବଂ ଖବରରେ ରହିବା ପାଇଁ ଏଭଳି କରୁଛନ୍ତି ବୋଲି ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବିରୋଧୀଙ୍କ ଆନ୍ଦୋଳନକୁ ସାଧାରଣରେ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଘେରିଛନ୍ତି ଅପରାଜିତା । କିପରି ଭାବେ ବିଜେଡ଼ି ଓ କଂଗ୍ରେସ କର୍ମୀମାନେ ପୀଡ଼ିତା ଝିଅକୁ ଅତ୍ୟାଚାର କରୁଥିଲେ, ତାର ଉଦାହରଣ ଦେଖାଇଛନ୍ତି । କିଛି ରାଜନୈତିକ ଦଳ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ସୌମ୍ୟାଶ୍ରୀ ଯଦି ତମ କଥା କେହି ଶୁଣୁନାହାନ୍ତି ତେବେ, ତମେ ସୁଇସାଇଡ୍ କରିଦିଅ , ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବିରୋଧୀଙ୍କୁ ସିଧା ଟାର୍ଗେଟ କରି ଅପରାଜିତା କହିଛନ୍ତି, ‘ବିରୋଧୀ ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି ’। ବିଜେଡ଼ି ଏବଂ କଂଗ୍ରେସ ସେମାନଙ୍କ ସରକାର ଅମଳରେ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ ଢଙ୍ଗରେ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା । ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା । ଜଣେ ମହିଳା ନେତ୍ରୀ ବାତାବରଣକୁ ଅଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ । ସେମାନଙ୍କ ସରକାରଙ୍କ ଟ୍ରାକ ରେକର୍ଡ ଦେଖିବାକୁ ଗଲେ, ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡ଼ିର ନୈତିକ ଅଧିକାର ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

June 25, 2026
ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ

ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ

June 25, 2026
ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

June 25, 2026
ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

June 25, 2026
ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ

ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version