ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ଦଶପଲ୍ଲା :- ରାଜ୍ୟରେ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ନୟାଗଡ ଜିଲ୍ଲାରେ ପରୀକ୍ଷା ଫଳ ୭୨.୩୫ ପ୍ରତିଶତ ରହିଛି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଅବସ୍ଥିତ ନୂଆଗାଁ ମହା ବିଦ୍ୟାଳୟ ରେ +୨ କଳା ପରୀକ୍ଷା ଫଳ ୭୭ ପ୍ରତିଶତ ରୁ ଉର୍ଦ୍ଧ୍ବ ରହିଛି । ୧୯୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪୮ ଜଣ ପରୀକ୍ଷର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି ।
ମହାବିଦ୍ୟାଳୟ ର ଛାତ୍ର ବାସୁଦେବ ବେହେରା ୪୫୩ ନମ୍ୱର୍ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛାତ୍ରୀ ସୁଚିଶ୍ମିତା ସାହୁ ୪୫୨ ନମ୍ୱର୍ ରଖି ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା +୨ କଳା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସହିତ ,ଅଧ୍ୟାପକ ,ଅଧ୍ୟାପିକା ମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।