ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଛୋଟ ବାଳିକା ଟିଏ, ମନରେ ଅଦମ୍ୟ ସାହସ | ବୟସ ମାତ୍ର ୭ ବର୍ଷ | ସ୍ଥାନୀୟ କନଭେଣ୍ଟ ସ୍କୁଲ ର ଦ୍ୱିତୀୟ ଶ୍ରେଣୀ ର ଛାତ୍ରୀ ଦେବର୍ଶୀ ରଥ | ମାଲଖମ୍ବ ଖେଳ ରେ ସିଏ ସବା ଉପରେ ରହେ | ଝଡ଼େଶ୍ୱରୀ କ୍ଲବ ରେ ଖେଳ ଶିଖୁଛି | ଝଡ଼େଶ୍ୱରୀ କ୍ଲବ ରେ ଗତ ଏକ ମାସ ଧରି ସମର ଫେଷ୍ଟ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଚାଲିଥିଲା | ସେଥିରେ ମିନି ଗାର୍ଲ ପ୍ରତିଯୋଗିତା ର ତିନୋଟି ଇଭେଣ୍ଟ ରେ ଦେବର୍ଶୀ ରଥ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ମାନପତ୍ର ଓ ପଦକ ପାଇଛନ୍ତି| ବାଲାନସିଂ ଵିମ, ଫ୍ଲୋର ଏକ୍ସ୍ରସାଇଜି. ଓ ଅନ ଇଭିନ ବାରର୍ସ ରେ ଏହି ସଫଳତା ପାଇଛନ୍ତି |

କ୍ଲବ ର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର, ଆୟୋଜକ ମୁଖ୍ୟ ସଞ୍ଜୟ ମିଶ୍ର, ଅତିଥି ଗଣ ଉପସ୍ଥିତ ଥିଲେ | ଏହା ଏକ ଅନନ୍ୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଥିଲା | ଜିମ୍ନାଷ୍ଟିକ, ମାଲଖମ୍ବ, ଯୋଗାସନ ପ୍ରତିଯୋଗିତା ମଧ୍ୟ ହୋଇଥିଲା| ଛାତ୍ରଛାତ୍ରୀ ମାନଙ୍କ ପିତାମାତାମାନେ ଅନେକ ସହଯୋଗ କରିଥିଲେ | ଦେବର୍ଶୀ କୁହନ୍ତି ମୋର ମା ବନିତା ଦୀକ୍ଷିତ ରଥ ଓ ପିତା ଜଗନ୍ନାଥ ରଥ ଓ କ୍ରୀଡା ଶିକ୍ଷକ ମୋତେ ସଦାବେଳେ ପ୍ରେରଣା ଓ ସାହସ ଦେବାରୁ ମୁଁ ଏହି ସଫଳତା ପାଇପାରିଛି |














