No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ବିଜେପି ଶାସନରେ ମହିଳା ଅସୁରକ୍ଷିତ ହୋଇପଡିଛି| ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଳାରେ ସମ୍ପୃକ୍ତ ବିଭାଗିୟ ମୁଖ୍ୟ, ପ୍ରିନସିପାଲଙ୍କ ସମେତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ସ୍ଥାନୀୟ ବିଧାୟକ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ ପୂର୍ବରୁ ସବୁଜାଣି କର୍ତଵ୍ୟରେ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଘଟଣାର ବିଚାର ବିଭାଗିୟ ତଦନ୍ତ ପ୍ରଭୁତି ଦାବିକରି କଂଗ୍ରେସ ଓ କମ୍ୟୁନିଷ୍ଠି ଦଳମାନଙ୍କ ତରଫରୁ ଓଡିଶା ବନ୍ଦ ଡାକରାକୁ ପୁରୀରେ ବିପୁଳ ସମର୍ଥନ ମିଳିଛି l
କଂଗ୍ରେସ, ସିପିଆଇ, ସିପିଏମ ର ସଭ୍ୟ ଓ ସମର୍ଥକମାନେ ସକାଳ ଛଅ ଟା ରୁ ପୁରୀ ସରକାରୀ ବସ ଷ୍ଟାଣ୍ଡ ଓ ବଡଶଙ୍ଖ ବଜାରରେ ବିକ୍ଷୋଭ କରିବା ଯୋଗୁ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା| ଦଳୀୟ ସଭ୍ୟମାନେ ପୁରୀ ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. |. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ସମ୍ମୁଖରେ ଶହ ଶହ ଦଳୀୟ କର୍ମୀଙ୍କ ବିକ୍ଷୋଭ ଯୋଗୁ କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା. | ପୁରୀ ସହରରେ ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଆନ୍ଦୋଳନ ଯୋଗୁ ବନ୍ଦ ହୋଇଯାଇଥିଲା. l
ବନ୍ଦ କୁ ପୁରୀ ସହରରେ ବିପୁଳ ଜନ ସମର୍ଥନ ମିଳିଥିବାର ସ୍ପଷ୍ଟ ବାରିହୋଇପଡୁଥିଲା | ବନ୍ଦ ଆନ୍ଦୋଳନରେ ସିପିଆଇ ର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ଜିଲ୍ଲା ସହ ସମ୍ପାଦକ ହରିହର ସେନାପତି, ରାଜ୍ୟ କମିଟି ସଭ୍ୟ ପ୍ରଦୀପ୍ତ ମହାନ୍ତି, ଡାକ୍ତର ପ୍ରଫୁଲ ମହାପାତ୍ର, ଯୁବସଂଘ ନେତା ସୁକାନ୍ତ ମହାନ୍ତି -ସିପିଏମ ଜିଲ୍ଲାସମ୍ପାଦକ ଜଗନ୍ନାଥ ଦେଓ, ସହର ସମ୍ପାଦକ ଶରତ ରାୟଗୁରୁ, ଶ୍ରୀକାନ୍ତ ପରିଜା, ଟୁନା ନାୟକ,କଂଗ୍ରେସ ଜିଲ୍ଲା ସଭାପତି ରାଜେଶ ମିଶ୍ର, ସହର ସଭାପତି ସଂଗ୍ରାମ ପାଇକରାୟ, ଆଡ଼ଭୋକେଟ ସୁକାନ୍ତ ପ୍ରଧାନ, ପୁଷ୍କର ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ବିଦୁଲତା ଆଚାର୍ଯ୍ୟ, ସୁଜିତ ମହାପାତ୍ର ପ୍ରମୁଖ ବନ୍ଦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ l

No Result
View All Result