ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ନୂଆଗାଁ ) :- ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ଯାଉଛି।ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା କନ୍ଧ ଖାଲ ମଡ଼ା ପ୍ରାଥମିକ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲ ମଡ଼ା ଗ୍ରାମରେ ଥିବା କନ୍ଧ ଖାଲ ମଡ଼ା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ନ ହେବା ପାଇଁ ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ ୧୯୫୩ ମସିହାରେ ସ୍ଥାପିତ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟ ରେ କନ୍ଧ ଖାଲ ମଡ଼ା ଏବଂ ସାନ ଜିରି ଆଦିବାସୀ ଗ୍ରାମ ର ପିଲାମାନେ ପାଠ ପଢିଥାନ୍ତି।ଏହି ବିଦ୍ୟାଳୟ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ର ଏକ ମାତ୍ର ମାଧ୍ୟମ। କିନ୍ତୁ ବିଦ୍ୟାଳୟ ଟି ବନ୍ଦ ହେବାକୁ ଯାଉଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ଯାଉଛି। ଗତ ବର୍ଷ ୨୦ ରୁ କମ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପଢୁଥିବା ବେଳେ ଚଳିତ ବର୍ଷ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ଅଛନ୍ତି ।
ବିଦ୍ୟାଳୟ ଟି ଯଦି ବନ୍ଦ ହୁଏ ତେବେ ଛାତ୍ର ଛାତ୍ରୀ ଜଙ୍ଗଲିଆ ରାସ୍ତା ୨ କିମି ଅତିକ୍ରମ କରି ନିକଟସ୍ଥ ସିମିଳି ସାହି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯିବେ।ଯାହାକି ଛାତ୍ର ଛାତ୍ରୀ ଙ୍କ ପାଇଁ ଅସମ୍ଭବ । ଏପଟେ ହାତୀ ଉପଦ୍ରବ ସହ ଜଂଗଲୀ ଜନ୍ତୁ ଙ୍କ ପ୍ରାଦୁର୍ଭାବ ଥିବାରୁ ଛାତ୍ର ଛାତ୍ରୀ ଙ୍କ ଯାତାୟାତ ଜୀବନ ପ୍ରତି ବିପଦ ରହିଛି।ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଆଦିବାସୀ ଗ୍ରାମ ର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି କନ୍ଧ ଖାଲ ମଡ଼ା ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଗ୍ରାମବାସୀ ଙ୍କ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି । (ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ /ନୂଆଗାଁ)