ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଶୀର୍ବାଦ । ଇ ଏସ ଆଇ ନର୍ସିଂ ଅଫିସର ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁମୁଡାର ଆଶୀର୍ବାଦ ଚୌଧୁରୀ । ଭାରତୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଏହି ନର୍ସିଂ ଅଫିସର ପରୀକ୍ଷା ରେ ମୋଟ ୧୯୩୦ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଆଶୀର୍ବାଦ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହା ପୂର୍ବରୁ ଆଶୀର୍ବାଦ ଏମ୍ସ ନର୍ସିଂ ଅଫିସର ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ ସପ୍ଟମ ସ୍ଥାନ ହାସଲ କରିଥିଲେ । ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ୱର ରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ଆଶୀର୍ବାଦ ଙ୍କ ପିତା ପ୍ରଫୁଲ୍ଲ ଚୌଧୁରୀ ପଦ୍ମପୁର ବ୍ଲକ ରେ ଶିକ୍ଷକତା କରୁଥିବା ବେଳେ ମା ଜଣେ ଗୃହିଣୀ ।
ଆଶୀର୍ବାଦ ଏହି ସଫଳତା ର ଶ୍ରେୟ ନିଜ ପିତା ମାତା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି । ଆଶୀର୍ବାଦ ଙ୍କ ଏହି ସଫଳତା ରେ ଗାୟତ୍ରୀ ଫାର୍ମାସୀ କଲେଜ୍ ପ୍ରିନ୍ସିପାଲ ଡ କାହ୍ନୁ ଚରଣ ପାଣିଗ୍ରାହୀ,ଭାମିନି ସରପଞ୍ଚ ରିତୁପ୍ରଭା ଗମାଙ୍ଗ ,ଶିକ୍ଷାବିତ୍ ପ୍ରପନ୍ ତ୍ରିପାଠୀ,ସାଂସଦ ପ୍ରତିନିଧି ଜି ପ୍ରସାଦ, ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଶୁଭେଛା ଜଣାଇଛନ୍ତି ।














