No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦରମହକୁମାରେ କମ୍ପମାନ ହେଊଛି କାଉଡିଆଙ୍କ ସ୍ବର “ଵୋମ୍ ଵୋମ୍ ଭୋଳା, ଭୋଳା ବାବା ପାର କରେଙ୍ଗେ “ଜଟିଆ ବାବା ପାର କାରେଗା, ତ୍ରିଶୁଳ ଧାରୀ ପାର କାରେଗା ଧ୍ୱନି ରେ ପ୍ରକମ୍ପିତ ହେଉଛି ପଲ୍ଲୀ ରୁ ସହର କାଉଡିଆଙ୍କ ତାଳେ ତାଳେ ଦେବ ଦେବ ମହାଦେବ ଙ୍କୁ ଜଳ ଅର୍ପଣ କରିବା ପାଇଁ ବାହାରି ପଡିଛନ୍ତି ପୁରୁଷ ଭକ୍ତଙ୍କ ସହ ମହିଳା ଓ ଶିଶୁ କାଉଡ଼ିଆ ମାନେ ।
ଏହି ଦୃଶ୍ୟ ଦେଖିବାକୁ ରାସ୍ତାଘାଟରେ ଲୋକେ ଆନନ୍ଦେ ଉପଭୋଗ କରୁଥିଵା ଦେଖିଵାକୁ ମିଳିଥିଲା । ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିଵାରୁ ରାମନାଗୁଡା ର କାଉଡ଼ିଆ ମାନେ ଗୁମୁଡ଼ା ଗ୍ରାମ ନିକଟରେ ବୋହି ଯାଉଥିବା ବଂଶଧାରା ନଈ କୂଳରେ ପୂଜାର୍ଚ୍ଚନା କରି ସେଠାରୁ ଜଳ ଆଣି ଦେଉଲା ନିକଟସ୍ଥ ନୀଳକଣ୍ଠେଶ୍ୱର ଶୈବପୀଠରେ ଜଳ ଅଭିଷେକ କରିଛନ୍ତି। ଏଥିରେ ପ୍ରାୟ କୋଡିଏ ଜଣ ରୁ ଅଧିକ ଭକ୍ତ ସାମିଲ ହୋଇଥିଲେ ।

No Result
View All Result