ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ସମବାୟ ବର୍ଷ ପାଳନ ଅବସରରେ ପଡ଼ିଆ ସମବାୟ ସମିତି ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମିତି ସମୂହର ଉପନିବନ୍ଧକ ଥିଓଫିଲ୍ ଶବର, ସହକାରୀ ଉପନିବନ୍ଧକ ସଞ୍ଜୟ କୁମାର ଦାସ, ଅର୍ଜୁନ ଚରଣ ମହାନ୍ତି, ପଡ଼ିଆ ବିଧାୟକ ପ୍ରତିନିଧି ମନଦୀପନ ରାୟ , ଲ୍ୟାମ୍ପସ୍ ସଭାପତି ପଡ଼ିଆ ମାଡକାମି,

ଲ୍ୟାମ୍ପସ୍ ନିର୍ଦ୍ଦେଶକ ଜଗବନ୍ଧୁ ତୁରୁଖ, ପଡ଼ିଆ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ ଓ ଲ୍ୟାମ୍ପସ୍ କର୍ମଚାରୀ ଏମ୍ ଡି ୱାଇଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଧାନ ମଣ୍ଡିର ଚାରିପଟେ ଓ ନିକଟରେ ଥିବା ଖାଲି ପଡିଆରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା ।

ସବୁଜିମା ବଳୟ ସୃଷ୍ଟି କରିବାରେ ପଡ଼ିଆ ଲ୍ୟାମ୍ପସ୍ ଅଗ୍ରଣୀ ଭୂମିକା ନେବ ବୋଲି କହିବା ସହ ସମସ୍ତଙ୍କୁ ‘ ଗୋଟିଏ ବୃକ୍ଷ ନିଜ ମାଆଙ୍କ ନାମରେ ” ଲଗାଇବା ପାଇଁ ଉପନିବନ୍ଧକ ଶ୍ରୀ ଶବର ଆହ୍ବାନ ଦେଇଥିଲେ । ଲ୍ୟାମ୍ପସ୍ କର୍ମଚାରୀ କୋଟାମ୍ ସତ୍ୟନାରାୟଣ, କୋରାପୁ ନାରାୟଣ, କେ. ତ୍ରିନାଥ , ଏନ୍ ରବି କୁମାର, ଅମିତ୍ ରାୟ, ସିଏଚ୍ କାରୁଣାକର, କେ. ପବନ କୁମାର ଓ ଗଙ୍ଗାଧର ପଡିଆମୀ ସମେତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟାକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।














