ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ଭୁବନେଶ୍ବର :- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରେସମିଟ୍ କରି ଏଥିରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକ କୁ କ୍ୟାବିନେଟ୍ ଅନୁମୋଦନୁର ସୂଚନା ଦେଇଛନ୍ତି । ବାଲେଶ୍ୱର ଗୋଟେ କଳା,ସଂସ୍କୃତିର ମାଟି ହୋଇଥିବାରୁ ମନ୍ତ୍ରୀଙ୍କ ଏହି ଐତିହ୍ୟ ପଦକ୍ଷେପ ବାଲେଶ୍ୱର ମାଟିରେ ଏକ ପ୍ରକାର ଆନ୍ଦନ ଉତ୍ସବର ଲୋହରୀ ଦେଖିବାକୁ ମିଳିଛି । ଓଡ଼ିଶୀ ନୃତ୍ୟପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ ନିମନ୍ତେ ଏକ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ସେହିପରି ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏଥିସହ ସଂସ୍କୃତି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ କ୍ୟାବିନେଟରେ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିସହ ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ କରାଯିବା ସଙ୍ଗେ ସଙ୍ଗେ କଟକ ସ୍ଥିତ ଆନନ୍ଦ ଭବନକୁ ମଧ୍ୟ ଭର୍ଚୁଆଲ୍ କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମି ପୁରସ୍କାରର ଅର୍ଥରାଶି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଓ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଥିବା ଅର୍ଥରାଶିକୁ ଏକ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି,ଏକାଡେମୀଗୁଡ଼ିକର ପୁରସ୍କାର ପାଇଁ ଅର୍ଥରାଶି ପଚାଶ ହଜାରରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ଏକାଡେମୀର ସମ୍ବର୍ଦ୍ଦନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
BGUଏହାବାଦ୍ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ କିମ୍ବା ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରିବାକୁ ନେଇ ପ୍ରସ୍ତାବକୁ ଐତିହ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସେହିପରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଆନୁମାନିକ ସାଢେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପଦକ୍ଷେପ ପାଇଁ ପ୍ରସ୍ତାବକୁ ମଧ୍ୟ ଆଜି ଐତିହ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ଏହି ଐତିହ୍ୟ ପଦକ୍ଷେପ ପାଇଁ ବାଲେଶ୍ୱର ଜିଲ୍ଲାର ବହୁସମାଜିକ ସଂଗଠନ, ବୁଦ୍ଧିଜୀବି, ସାହିତ୍ୟକ, ଲେଖକ, କବି ଓ ଅଂଚଳ ବାସୀ ଶୁଭେଚ୍ଛା ଜଣାଇଛନ୍ତି । ( ରିପୋର୍ଟ /ଦୀପ୍ତିମାନ ପତି / ଭୁବନେଶ୍ବର )