ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପାଦ ଚଲା ଧୂଳି ମ୍ୟାଟ ଗୁଡ଼ାଯାଇ ଭିତରେ ଶ୍ରୀବିଗ୍ରହ ବନ୍ଧା ହୋଇ ପଡିରହିଥିବା ଦେଖିବାକୁ ମିଳିଛି | ଖୋଦ ଶ୍ରୀଜଗନ୍ନାଥ ଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଘରେ| ନିଜ ବଗିଚାରେ ବନ୍ଧା ପଡିଛନ୍ତି ମହାବାହୁ | ଏହି ବିକଳ ଦୃଶ୍ୟ ତୀର୍ଥଯାତ୍ରୀ, ପାର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ଜଗନ୍ନାପ୍ରେମୀ ଙ୍କୁ ଆଘାତ ଦେଇଛି | କିଏ ଏମିତି ଅବସ୍ଥା କରିଛି, କିଏ ଏଠି ଚବିଶି ବେଶଧାରୀ ପ୍ରଭୁ ଙ୍କୁ ରଖିଥିଲା | ସନମାନ ର ସହ କାହିଁକି ରଖିଲେନି, କାହା ଦାଇତ୍ୱ ରେ ଥିଲା, କାହା ନିର୍ଦେଶ ରେ ଏପରି କରାଯାଇଛି ତାକୁ ଚିହ୍ନଟ କରିବାପାଇଁ ଭକ୍ତ ଦାବୀ କରିଛନ୍ତି | ବନ୍ଧା ପଡିଛନ୍ତି ଶ୍ରୀବିଗ୍ରହ l ଧାର୍ମିକ ସହର ପୁରୀ ରେ ପ୍ରଭୁ ଙ୍କ ଏଭଳି ସ୍ଥିତି ଦେଖି ରାଜ୍ୟ ବାହାର ଭକ୍ତ ଚିନ୍ତା ପ୍ରକଟ କରିଛନ୍ତି |

ଏତେ ଦିନ ପର୍ଯ୍ୟନ୍ତ ଦୃଷ୍ଟି ଆଢୁଆଳ ରେ କିପରି ଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି | ଦାୟିତ୍ୱ ରେ ଥିବା ବ୍ୟକ୍ତି ଙ୍କ ଗର୍ବ, ଅହଂକାର ଉଦ୍ଧତ ପଣିଆ ସୀମା ଟପିଲାଣି ବୋଲି ଶ୍ରଦ୍ଧାଳୁ କହୁଛନ୍ତି | ପ୍ରଶାସନ କୁ ଲଗା ନାହିଁ ଏଣେ ଜଗା ବେକରେ ପଘା ପଡିବା ପରି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ସେଠା ଦର୍ଶଜ କହିଛନ୍ତି | ପ୍ରମୋଦ ଉଦ୍ୟାନ ରେ ପାର୍କିଙ୍ଗ ଯୋଗୁଁ ହଜାର ହଜାର ଭକ୍ତ ଏ ଦୃଶ୍ୟ ଦେଖୁଛନ୍ତି | ଚକା ଆଖି ରେ ଧୂଳି ଚଢି ଗଲାଣି | ଏହାଦେଖି ଜଣେ ଭକ୍ତ ପ୍ରଭୁ ଙ୍କୁ ପୋଛୁ ଥିବା ଦେଖିବାକୁ ମିଳିଥିଲା |















