ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ଢେଙ୍କାନାଳ :- କୋଭିଡ କଟକଣା ନିୟମକୁ ମାନି ଗତକାଲି ଗୁରୁଦେବଜୀ ମିଶନ ସୁରକ୍ଷା ଢେଙ୍କାନାଳ ପକ୍ଷରୁ ଏହାର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁ ଶିଷ୍ୟ ସମ୍ପର୍କକୁ ଉଜ୍ଜୀବିତ କରିବା ପାଇଁ ଏକ ନିଆରା ଢଙ୍ଗରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଅବସରପ୍ରାପ୍ତ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ପ୍ରାକ୍ତନ ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ମାୟାଧର ନାୟକ ଓ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷିକା ଗୀତାଞ୍ଜଳି ମିଶ୍ରଙ୍କୁ ସେମାନଙ୍କର
ବାସଗୃହକୁ ଯାଇ ସେମାନଙ୍କର ତାପମାତ୍ରା ମାପିବା ସଂଗେ ସଂଗେ ଗୁରୁଦେବଜୀ ମିଶନ ସୁରକ୍ଷାର ଉପଦେଷ୍ଟା ତଥା ରାଜ୍ୟପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର, ଗୁରୁଦେବଜୀ ମିଶନ ସୁରକ୍ଷାର ପ୍ରତିଷ୍ଠାତା ଇଂ.ମାଷ୍ଟର ସୌମ୍ୟବ୍ରତ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ବିଜ୍ଞାନ ମହାନ୍ତି ଓ ଅନ୍ୟାନ୍ୟ ପ୍ରଶିକ୍ଷକ-ଛାତ୍ର ଇନ୍ଦ୍ରଜିତ ସାହୁ ସୌଭାଗ୍ୟ ବରାଳ ଚନ୍ଦନ, ପୁଷ୍ପ,ଉତ୍ତରୀୟ ଓ ମିଷ୍ଟକ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଗୁରୁଜୀ ଗୁରୁମାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। (ରିପୋର୍ଟ, ଅମର ରଞ୍ଜନ ଦାସ)