• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେପି ସମଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି : ଲୋକଙ୍କ ବିଶ୍ୱାସ କେବଳହିଁ କଂଗ୍ରେସ ଉପରେ

Proprietor Abhimanyu Maharana by Proprietor Abhimanyu Maharana
July 12, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ବିଜେପି ସମଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି : ଲୋକଙ୍କ ବିଶ୍ୱାସ କେବଳହିଁ କଂଗ୍ରେସ ଉପରେ
Share on FacebookShare on TwitterWhatsapp

ଓଡିଶା ହେଉ କି ଛତିଶଗଡ଼, ସବୁ ରାଜ୍ଯରେ କେବଳ ଅଦାନୀ, ଅଦାନୀ ଜପୁଛନ୍ତି । ବିଜେପି ଜପୁଛି ଅଦାନୀ, ଅଦାନୀ, ଆଦାନୀ । ରାଜ୍ୟର କୋଟି, କୋଟି ଲୋକଙ୍କ ଭାବନାରେ ଜଡିତ ପବିତ୍ର ରଥଯାତ୍ରା । ହେଲେ ଏହି ରଥଯାତ୍ରାର କେବଳ ଅଦାନୀ ପରିବାର ପାଇଁ ସାମୟିକ ରୋକି ଦିଆଗଲା ।

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍)  :-  ରାଜ୍ଯ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ବାବଦ ଏକ ବିଶାଳ ବିଶାଳ ଜନ ସମାବେଶ ବରମୁଣ୍ଡା ଠାରେ ଆୟୋଜିତ ହୋଇଥିଲା । ଏହି ସମାବେଶରେ ରାଜ୍ୟର ସମସ୍ତ ଅଞ୍ଚଳରୁ କଂଗ୍ରେସର ସମର୍ଥନରେ ପାଖାପାଖି ଦେଢ ଲକ୍ଷ ସାଧାରଣ ଜନତା ଏବଂ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଯୋଗଦାନ କରିଥିଲେ । ରାଜ୍ଯ କଂଗ୍ରେସ ସଭାପତି ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା । ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀଯୁକ୍ତ ଅଜୟ ଲଲ୍ଲୁ ସ୍ବାଗତ ଭାଷଣ ଦେଇଥିଲେ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ସମାବେଶକୁ ଦେଶର ଜନପ୍ରିୟ ନେତା ତଥା ଲୋକସଭାର ବିରୋଧୀଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧିଜୀ ଉଦବୋଧନ ଦେଇ କହିଥିଲେ ଓଡିଶା ସରକାର ସାଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ କରୁଛି ।

ପୂର୍ବରୁ ବିଜେଡି ଲୁଟ କରୁଥିଲା ଯାହା ଏବେ ବିଜେପି କରୁଛି । କର୍ପୋରେଟ ସହ ହାତ ମିଳାଇ ଲୁଟୁଛନ୍ତି। ବିଜେପି ସମଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ଆମର କାର୍ଯ୍ଯକର୍ତ୍ତା ମାନେ ହେଲେ ବବର ସେର । ସେମାନେ ଓଡିଶାର ସ୍ଵାଭିମାନୀ ଜନତାଙ୍କ ସୁରକ୍ଷା କରୁଛନ୍ତି । ମହାରାଷ୍ଟ୍ର ଲୋକସଭା ଓ ବିଧାନସଭା ନିର୍ବାଚନ ମଧରେ କୋଟିଏ ନୂଆ ଭୋଟର ଯୋଡିହେଲେ । ଭୋଟ ଚୋରି ମହାରାଷ୍ଟ୍ରରେ ହେଲା ବିହାରରେ ମଧ୍ଯ ନିର୍ବାଚନ ଚୋରି କରିବାର ଚେଷ୍ଟା କରାଯାଉଛି । ରାଜ୍ୟରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀ ଙ୍କର ଥିଲା ଓ ରହିବ ମଧ୍ଯ । ଏଠି ବିନା ଖବରରେ ଆଦିବାସୀଙ୍କୁ ହଟାଉଛନ୍ତି ଓ ତାଙ୍କୁ ସର୍ବସାନ୍ତ କରୁଛନ୍ତି। ବିକାଶ କେବଳ ଦୁଇ ତିନି ଜଣ ବ୍ୟକ୍ତିଙ୍କ ପାଇଁ ହେବା ଅନୁଚିତ।

ଚାଷୀ, ଶ୍ରମିକ ସମେତ ସମସ୍ତ ଗରିବଙ୍କ ବିକାଶ ଦରକାର। ଯାହା କେବଳମାତ୍ର କଂଗ୍ରେସ ଦଳ କ୍ଷମତାକୁ ଆସିଲେହିଁ କରି ପାରିବ। ପୁରା ଦେଶରେ ନୂଆ କୃଷି ବୀମା ଲାଗୁ କରିବା କଥା କହିଲେ, ହେଲେ ସେ ପଇସା ନିଜର ଚାରିଟି ବଡ଼ କମ୍ପାନୀକୁ ଦେଇଦେଲେ । ଏବେ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ହେଲେ ଆବଶ୍ୟକ କ୍ଷତିପୂରଣ ମିଳୁନି। ବୀମା ଯୋଜନା ପଇସା ମିଳୁନି, କର୍ପୋରେଟ ହାତରେ ଟେକି ଦିଆଯାଉଛି। ଦେଶର ସମ୍ବିଧାନ ଗରିବଙ୍କର ରକ୍ଷା କରେ । ହେଲେ ବିଜେପି ଅମ୍ବାନୀ, ଅଦାନୀଙ୍କୁ ରକ୍ଷା କରୁଛି । ଓଡିଶା ହେଉ କି ଛତିଶଗଡ଼, ସବୁ ରାଜ୍ଯରେ କେବଳ ଅଦାନୀ, ଅଦାନୀ ଜପୁଛନ୍ତି । ବିଜେପି ଜପୁଛି ଅଦାନୀ, ଅଦାନୀ, ଆଦାନୀ । ରାଜ୍ୟର କୋଟି, କୋଟି ଲୋକଙ୍କ ଭାବନାରେ ଜଡିତ ପବିତ୍ର ରଥଯାତ୍ରା । ହେଲେ ଏହି ରଥଯାତ୍ରାର କେବଳ ଅଦାନୀ ପରିବାର ପାଇଁ ସାମୟିକ ରୋକି ଦିଆଗଲା ।

ରୋଜଗାର ନଷ୍ଟ କରା ଯାଉଛି। ଓଡ଼ିଶାରେ ଚାଳିଶ ହଜାରରୁ ଅଧିକ ମହିଳା ଗାଏବ। ଏଠି ପ୍ରତିଦିନ ହାରାହାରି ପନ୍ଦରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଜାତି ଜନଗଣନା ସପକ୍ଷରେ କଂଗ୍ରେସ। ତେଲେଙ୍ଗାନାରେ ଆମ ସରକାରଙ୍କର ଉଦ୍ୟମରେ ଏହା କରାଯାଇଛି। ଫଳରେ ତେଲେଙ୍ଗାନା ସରକାର ଜାଣି ପାରୁଛି କେତେ ଧନ କାହା ପାଖରେ ଅଛି। ଓଡିଶାରେ ମଧ୍ୟ ଠିକ ଏମିତିହିଁ ଦରକାର। ଏଠି ସରକାର ରେ ଦଳିତଙ୍କୁ ସ୍ଥାନ ମିଳୁନି। ବିଜେପି ଜାତିଗତ ଜନଗଣନାକୁ ଖୁବ୍ ବିରୋଧ କରିଥିଲା। କଂଗ୍ରେସ ପେସା ଆଇନ ପାଇଁ ଲଢେଇ କରିବ ଓ ନିଶ୍ଚିନ୍ତ ପେସା ଆଇନକୁ କାଯ୍ୟକାରୀ କରିବ। ଓଡିଶା ଜନତା କାହାକୁ ନ ଡରି ଆଗକୁ ଚାଲନ୍ତୁ ଆମେ ଦଳ କଂଗ୍ରେସ ଦଳ ତାଙ୍କ ସହ ରହିଛି ବୋଲି କହିଲେ । ଡ୍ରାଇଭର ଆସୋସିଏସନକୁ ଡରେଇବାକୁ ସମ୍ପୂର୍ଣ ଚେଷ୍ଟା କରିଥିଲେ।

ରାଜ୍ୟ ବିଜେପି ସରକାର କିନ୍ତୁ ଆସୋସେନ ତାଙ୍କ କଥା ନ ଶୁଣି ଆମକୁ ସହଯୋଗ ଦେଇଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ଡ୍ରାଇଭର ୟୁନିୟନ କୁ ଧନ୍ୟବାଦ ଜଣାଇଲେ । ଯାଅ, ଲଢେଇ କର କହିଲେ । ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଉଦବୋଧନରେ କହିଲେ, ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସବୁ ସଂଗ୍ରାମୀଙ୍କୁ ପ୍ରଣାମ । ନେହେରୁ ଓଡିଶା ଓ ଭୁବନେଶ୍ୱର ପାଇଁ ବହୁତ କିଛି କରିଛନ୍ତି। ଏମାନଙ୍କ ଅବଦାନ ଶୂନ୍ୟ। କଂଗ୍ରେସ ଯାହା କରିଥିଲା, ମୋଦି ତାକୁ ବିକ୍ରି କରି ଦେଉଛନ୍ତି। ୧୬୦ ପବ୍ଲିକ ସେକ୍ଟର ନେହରୁ କରିଥିଲେ। ଯାହାକୁ ମୋଦି ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହାର ଜବାବ ଦେବାକୁ ପଡ଼ିବ। ଓଡିଶା ଲୋକେ ମଜଭୁତ। ସେମାନେ ବିଜେପିକୁ ପାଠ ପଢ଼ାଇବେ। କଂଗ୍ରେସ ଗରିବ ଓ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସଦା କାମ କରିବ।

ମୋଦି ଦେଶ ସମ୍ବିଧାନ ବଦଳାଇବାକୁ ଚାହୁଁଛନ୍ତି ତେଣୁ ଚାରି ଶହ ପାର ସିଟ ମାଗିଥିଲେ। ଆସିଥିଲେ ନିହାତି କରିଥାନ୍ତେ ହେଲେ ଜନତା ଏହା କରାଇ ଦେଲେନି। ମହାରାଷ୍ଟ୍ରରେ ବିଜେପିର ଚୋରୀ ସରକାର, ଆପଣଙ୍କୁ ଏମିତି ସରକାର ଦରକାର। ସମ୍ବିଧାନ ଅଛି ଓ ଲୋକତନ୍ତ୍ର ଅଛି ବୋଲି ଲୋକେ ସୁରକ୍ଷିତ। ସମ୍ବିଧାନର ଯାହା ଲେଖା ତାହା ବିଜେପି ଆଦୌ ପାଳନ କରୁନି। ଏବେ ସମୟ ଆସିଛି, ଜାଗ୍ରତ ହୁଅନ୍ତୁ ଓ ଉଠନ୍ତୁଆମ ସମ୍ବିଧାନକୂ ରକ୍ଷା କରନ୍ତୁ। ଅମିତ ଶାହା ସିବିଆଇ ଓ ଇଡି ଡର ଦେଖାଉଛନ୍ତି ଡରିଲେ ମରିବେ ଆମର ଡରିବାର ନାହିଁ କିମ୍ବା ମରିବାର ନାହିଁ। ଡବଲ ଇଂଜିନ ସରକାର ଓଡ଼ିଶାର ମୁଲ୍ୟବାନ ଜମି ଅଦାନୀକୁ ସୁଲଭ ମୂଲ୍ୟରେ ବିକ୍ରି କରୁଛି। ଏଠି ମହିଳା ଓ ଶିଶୁମାନେ ଅସୁରକ୍ଷିତ, ସେମାନଙ୍କୁ ସୁରକ୍ଷା ମିଳୁ। ଆଦିବାସୀ ଭାଇ, ଭଉଣୀ, ଚାଷୀମାନଙ୍କ ସହ କଂଗ୍ରେସ ସର୍ବଦା ଅଛି ରହିବ

। ଏଠି ଦଳିତଙ୍କୁ ଘାସ ଖୁଆଉଛନ୍ତି। ଆମ କର୍ମୀ ଆନ୍ଦୋଳନ କରୁଛନ୍ତି। ହେଲେ ସରକାର ଶୋଇଛନ୍ତି। ସରକାରୀ ଅଧିକାରୀଙ୍କୁ ମାଡ଼ ହେଉଛି। ଏଗାର ମାସରେ ୨୮ ହଜାରରୁ ଅଧିକ ମହିଳା ନିର୍ଯାତନା ଶିକାର ହୋଇଛନ୍ତି। ବିଜେପି ନେତା କମିଶନ ଖାଉଛନ୍ତି। ଏମାନଙ୍କୁ ଜେଲରେ ରଖିବା ନିଶ୍ଚିତ ଦରକାର। ଆମକୁ ଲଢ଼ିବାକୁ ପଡ଼ିବ। ଲଢେଇର ଅର୍ଥ ମାରାମାରି ନୁହଁ। ଗାନ୍ଧୀଙ୍କ ଆଦର୍ଶରେ ବିକ୍ଷୋଭ ହେବ । ଇନ୍ଦିରା ଗାନ୍ଧୀ, ରାଜିବ ଗାନ୍ଧୀ, ମହାତ୍ମା ଗାନ୍ଧି ଦେଶ ପାଇଁ ବଳିଦାନ ଦେଇଛନ୍ତି। ହେଲେ ବିଜେପିରେ ଏମିତି କେହି ନେତା ଅଛି କି । ଆଜି ବି ଆମେ ଦେଶର ଅଖଣ୍ଡତା ପାଇଁ କଂଗ୍ରେସ ଲଢ଼ିବ, ମରିବାକୁ ବି ପ୍ରସ୍ତୁତ। ଓଡିଶାରେ କଂଗ୍ରେସ ମଜଭୁତ ହେଉଛି । ଓଡିଶାରେ ବି ନିର୍ବାଚନ ଚୋରୀ ହୋଇଛି । ପୂର୍ବରୁ ଏକ ସରକାରୀ ଅଧିକାରୀ ରାଜ୍ୟ ଚଳାଉଥିଲେ। ଏବେ ଗୁଜୁରାଟରୁ ସରକାର ଚଲା ଯାଉଛି। ଯାହା ଏବେ ରଥଯାତ୍ରା ବେଳେ ପ୍ରମାଣିତ ହୋଇଛି ।

ସୋନିଅ ଗାନ୍ଧୀ ଆଦିବାସୀ ଏବଂ ଗରିବ ଙ୍କ ରକ୍ଷା ପାଇଁ ଆନେକ କାଯ୍ୟ କରିଛନ୍ତି। ଭଗବାନଙ୍କ ନାମ ନେଇ ବିଜେପି ଜନତାଙ୍କୁ ଠକୁଛି, ମୁହଁରେ ରାମ ନାମ ନେଇ ପାଖରେ ଛୁରୀ ରଖିଛନ୍ତି। ସମ୍ବିଧାନକୁ ବଂଚେଇବାକୁ ଏବଂ ଦେଶକୁ ଏକ କରିବାକୁ ହିଁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରିଥିଲେ। ବିଜେପି ଏବଂ ଆରଏସଏସ କେଉଁ ନେତା ଅଛନ୍ତି, ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି। ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କହିଲେ ସମ୍ବିଧାନ ଏବେ ସମ୍ପୂର୍ଣ୍ଣ ବିପଦରେ । ଲୋକଙ୍କ ବିଶ୍ୱାସ କେବଳହିଁ କଂଗ୍ରେସ ଉପରେ। ଆମେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସର୍ବାଧିକ ଭୋଟ୍ ଆଣିବୁ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ, ସାଂସଦ ସପ୍ତଗିରୀ ଉଲାକା, ପୁର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଶରତ ରାଉତ, ପୁର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ମହମ୍ମଦ ମୋକିମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଚରଣ ଦାସ, ଡାକ୍ତର ଏସ୍ ରାଜେନ୍ ଏକ୍କା, ଦାଶରଥି ଗମାଙ୍ଗ, ଅଶୋକ ଦାସ, ସୋଫିଆ ଫିର୍ଦ୍ଦୋଷ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁଟା, ମଙ୍ଗୁ ଖିଲ, କାଡ୍ରାକା ଆପଲସ୍ବାମୀ, ନୀଳମାଧବ ହିକ୍କା, ପ୍ରଫୁଲ୍ଲ ପ୍ରଧାନ, ପୁର୍ବତନ ସାଂସଦ ରଞ୍ଜୀବ ବିଶ୍ଵାଳ,ଶୁଶିଳା ତିରିଆ, ରାମ ଖୁଣ୍ଟିଆ, ଅନନ୍ତ୍ ସେଠୀ, ଡ଼ ଲଲାଟନ୍ଦୁ ମହାପାତ୍ର ପ୍ରମୁଖ ଏହି ମହା ସମାରୋହରେ ନିଜ ମତବ୍ୟକ୍ତ ସହ ସଭାକୁ ସଫଳ କରାଇ ଥିଲେ । ଶେଷରେ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version