ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ଭୁବନେଶ୍ବର :- ଓଡିଶା ଅଭିଭାବକ ମହାସଂଘ ଓ ରୋଟାରୀ କ୍ଲବ ନୀଳାଦ୍ରିର ତତ୍ୱାବଧାନରେ ଜାତୀୟ ଶିକ୍ଷା ନୀତିକୁ ନେଇ ଏକ କର୍ମଶାଳା ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି l ୱେଵନାରରେ ଅନୁଷ୍ଠିତ ଏହି କର୍ମଶାଳାରେ ଉଚ୍ଚ ଶିକ୍ଷା ପାଇଁ ବରିଷ୍ଟ ଶିକ୍ଷାବିତ ଡ଼ ଗୌରାଙ୍ଗ ଚରଣ ନନ୍ଦ, ମାଧ୍ୟମିକ ଶିକ୍ଷା ପାଇଁ ଡ଼ ସୁଧାଂଶୁ ପାତ୍ର ଓ ପ୍ରାଥମିକ ଶିକ୍ଷା ପାଇଁ ସ୍ମୃତିରଞ୍ଜନ ଜେନା ଜାତୀୟ ଶିକ୍ଷା ନୀତି 2020ର ବିଭିର୍ଣ୍ଣ ଦିଗ ଓ ପରିବର୍ତନ ଉପରେ ଆଲୋକ ପାତ କରିଥିଲେ l ସ୍ମୃତି ରଞ୍ଜନ ଜେନା 10+2 ସ୍ଥାନରେ 5+3+3+4 ର ଭୂମିକା, ଅଙ୍ଗନବାଡିର ମିଶ୍ରଣ, ଛ ଶ୍ରେଣୀରୁ ଭୋକେସନଲ ଶିକ୍ଷା, ଶିକ୍ଷା ଅଧିକାର ଆଇନ ଅଠର ବର୍ଷକୁ ବୁଦ୍ଧି କରାଯାଇଥିବା ପ୍ରକାଶ କରିଥିଲେ l ଅର୍ଥର ଆବଶ୍ୟକାତl ଦୃଷ୍ଟିରୁ ଜିଡିପିର 6% ଏହପାଇଁ ଆବଶ୍ୟକ ମାତ୍ର ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ସମ୍ଭବ ହୋଈ ନାହିଁ l
ସବୁ ସରକାର ଶିକ୍ଷାକୁ ଅଣଦେଖା କରିବା ଫଳରେ 1968 କିମ୍ବା 1986 ଶିକ୍ଷା ନୀତି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ଲାଗୁ ହୋଈ ପାରିନାହିଁ l ସରକାର ମାନସିକତାରେ ଅଭାବ ଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଲେ ଡ଼ ଗୌରାଙ୍ଗ ଚରଣ ନନ୍ଦ l ଉଚ୍ଚ ଶିକ୍ଷା ସମ୍ବନ୍ଧରେ ସମ୍ପୂର୍ଣ ବ୍ୟାଖ୍ୟା କରି ଅଭିଭାବକ ଓ ରୋଟାରୀ ସଭ୍ୟ ଓ ସଭ୍ୟା ମାନଙ୍କୁ ବୁଝାଇଥିଲେ l ଡ଼.ସୁଧାଂଶୁ ପାତ୍ର ସେମିଷ୍ଟାର ପରୀକ୍ଷା ଓ ମାଧ୍ୟମିକ ଶିକ୍ଷା ଉପରେ ବିଭିର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ l ରୋଟାରୀ କ୍ଲବ ନୀଳାଦ୍ରିର ପୁଷ୍ଟପୋଷକ ଅଜୟ ଅଗ୍ରୱାଲ ଉପସ୍ଥିତ ସଭ୍ୟ ଓ ସଭ୍ୟା ମାନଙ୍କୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇ ଆଗକୁ ନେବାପାଇଁ ପରାମର୍ଶ ଦେଇଥିଲେ l
ରୋଟାରୀ କ୍ଲବ ନୀଳାଦ୍ରିର ତତ୍ୱାବଧାନରେ ଜାତୀୟ ଶିକ୍ଷା ନୀତିକୁ ଜିଲ୍ଲା ତରଫରୁ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ଉପରେ ପରାମର୍ଶ ଦେଇଥିଲେ ରୋଟାରୀ ଜିଲ୍ଲା 3262ର ସାକ୍ଷରତା ଅଧକ୍ଷ୍ୟ ଶିବପ୍ରସାଦ ଦାସ l ରୋଟାରୀ କ୍ଲବ ନୀଳାଦ୍ରିର ସମ୍ୱାଦକ ପୁଣ୍ୟଶ୍ଳୋକ ମହାନ୍ତି ଜାତୀୟ ଶିକ୍ଷା ନୀତିରେ ଅଂଶ ଗ୍ରହଣ କରିଥିବା ଅତିଥି ମାନଙ୍କୁ ଧନ୍ୟବାଦ ସହ ସାନମାନିତ କରିଥିଲେ l ମହାସଂଘର ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ଏହାକୁ ପରିଚାଳନା କରିଥିବା ବେଳେ ରୋଟାରୀ କ୍ଲବ ନୀଳାଦ୍ରିର ସ୍ବପନେନ୍ଦୁ ସାମନ୍ତରାୟ ଓ ଅନ୍ୟାନ୍ୟ କର୍ମକର୍ତା ମାନେ ସହଯୋଗ କରିଥିଲେ l 100ରୁ ଉର୍ଦ୍ଧ ଅଭିଭାବକ ଓ ରୋଟାରୀ ନେତା ମାନେ ଯୋଗଦାନ କରି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ l