No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ପଞ୍ଚ।ୟତ ର ଜନସାଧାରଣଙ୍କୁ ସହଜରେ ଓ ସୁଲଭ ମୂଲ୍ୟରେ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ୍ ସେବା । ଏବେ ଏହା ଓଏସ୍ଆରଟିସି ବସ ସେବା ନାମରେ ପରିଚିତ। ହେଲେ ବିଡ଼ମ୍ବନାର ବିଷୟ ପାହାଡ ପର୍ତ ଘେରା ,ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଦୁଇଗୋଟି ପଞ୍ଚାୟତର ଜନସାଧାରଣଙ୍କୁ ଏବେ ଏହି ସୁବିଧା ମିଳି ପାରୁନାହିଁ ।
ଏସବୁ ପଞ୍ଚାୟତ ଗୁଡିକ ହେଲା ଦୁଡ଼ା ଓ ଭୋଗବାଡ଼ି । ଯାହାକୁ ନେଇ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏତଦ୍ ବ୍ୟତୀତ ଘୁଗୁଡିପଡା ପଂଚାୟତ ର ସବୁଠାରୁ ବଡ ଗାଁ ମକର ପ୍ରସାଦ କୁ ମଧ୍ୟ ଏ ସୁବିଧା ଉପଲବ୍ଧ ହୋଇନାହିଁ । ଏସବୁ ପଞ୍ଚାୟତର ନସାଧାରଣଙ୍କୁ ବସ ସେବା ଯୋଗାଇ ଦେବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।

No Result
View All Result