No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ନିଳାଦ୍ରୀ ବିଜେ ପାଇଁ ନନ୍ଦିଘୋଷ ରଥ ରେ ବିଜେ ଶ୍ରୀଜଗନ୍ନାଥ ଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥିଲା l ଏହି ସମୟରେ ଜଣେ ଭକ୍ତ ଙ୍କ ବାଡ଼ିରେ ଫୁଟିଥିବା ବ୍ରହ୍ମ କମଳ ଫୁଲ ଶୁଦ୍ଧିପୁତ ଭାବେ ଆଣି ଦଇତାପତି ସେବକ ଙ୍କୁ ଦେଇଥିଲେ l ସେବକ ମହାପ୍ରଭୁ ଙ୍କୁ ଏହି ଫୁଲ ଲାଗିକରିଥିଲେ l ଏହା ଦେଖି ଭକ୍ତ ଆନନ୍ଦିତ ହୋଇଥିଲେ l
ଭକ୍ତ ଜଣକ ହେଲେ ବାଲିଘାଟ ନିକଟ ଭାରତୀପୁର ର ସୁନିତା ତ୍ରିପାଠୀ l ମହାପ୍ରଭୁ ଙ୍କ ଆଶ୍ରିବାଦ ରୁ ଏହି ଫୁଲ ରଥ ଉପରେ ଲାଗିପାରିଥିଲା ବୋଲି ସୁନିତା କହିଛନ୍ତି l ଫୁଲ ତୋଳିବା ପୂର୍ବରୁ ଗଛ କୁ ଧୂପ,
ଦୀପ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା l ବୁଧବାର ସକାଳୁ ସାହି ବାସିନ୍ଦା ମାନେ ଗଛ ଦେଖିବା ସହ ମୁଣ୍ଡିଆ ମାରିଥିଲେ l ବ୍ରହ୍ମା ଙ୍କ ନାଭି ମଣ୍ଡଳ ରୁ ଏହି ଫୁଲ ସୃଷ୍ଟି ହୋଇଛି ବୋଲି ବିଶ୍ୱାସ ରହିଛି l

No Result
View All Result