କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୈ।ପଦୀ ମୁର୍ମୁ ଜୁଲାଇ ୧୪ ଏବଂ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଚଳିତ ମାସ ୧୫ ତାରିଖ ଦିନ ପୂର୍ବାହ୍ନରେ କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବ ଏବଂ ରେଭେନ୍ସା ସରକାରୀ ବାଳିକା ହାଇସ୍କୁଲର ଉନ୍ନତି କରଣ ଭିତ୍ତିପ୍ରସ୍ତର କାର୍ଯ୍ୟରେ ଯୋଗଦେବେ ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ସୁରକ୍ଷା କୁ ନେଇ ଗୁରୁବାର ଦିନ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ , କଟକ ଡିସିପି ଏବଂ ବରିଷ୍ଟ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ଏବଂ ଶାରଳା ଭବନ ଯାଇ ବୁଲି ଦେଖିବା ସହିତ ଟ୍ରାଫିକ ସମସ୍ୟା ଏବଂ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।

ରାଷ୍ଟ୍ରପତି ରେଭେନ୍ସା ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହିତ ଶାରଳା ଭବନ ଯାଇ ସେଠାରେ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଶାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର -୨୦୨୪ ପ୍ରଦାନ କରିବେ ।















