ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ରେ ଅଧ ପନ୍ତରିଆ ଭାବେ ପଡ଼ିରହିଛି କାର୍ଯ୍ୟ ।ବିକାଶ ଏକ ବର୍ଷ ହେବ ଠପ୍ ।କିଛି କୁଚକ୍ରୀ ଏବଂ ବିଡ଼ିଓ ଙ୍କ ମଧ୍ୟରେ ଚାଲିଛି ସଲା ସୂତରା।ଯାହାକୁ ନେଇ ବିକାଶ ନୂଆଗାଁ ବ୍ଲକ୍ ରେ ବାଧାପ୍ରାପ୍ତ।ଯାହାକୁ ନେଇ ବିଡ଼ିଓ ଙ୍କ ଉପରେ ବର୍ଷିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏପରିକି ବିକାଶରେ ବାଧା ସୃଷ୍ଟି କୁ କୌଣସି କ୍ଷେତ୍ରରେ ପ୍ରଶୟ ଦିଆଯିବ ନାହିଁ ବୋଲି ଦଶପଲ୍ଲା ଲୋକପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି।ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଦଶମ ସାଧାରଣ ଅଧିବେଶନ ସଭା ଅନୁଷ୍ଠିତ ହୋଇଯାଇଛି ।

ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସଭାପତିତ୍ବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ , ୧୬ ନ ଜିଲ୍ଲାପରିଷଦ ସଭ୍ୟା ଜସ୍ମୀନି ଦାସ, ୧୭ ନ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ବିଡିଓ ଡ ଅମୃତ କୁମାର ରାଉଲ୍, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୨୨ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ ବ୍ଲକର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଠାକୁରଙ୍କ ଫଟୋଚିତ୍ରରେ ପ୍ରଦିପ ପ୍ରେଜ୍ଵଳନ କରାଯାଇଥିଲା । ଏହାପରେ ଜିପିଡିଓ ଲାଲବହାଦୁର ରଣଜିତ ପୂର୍ବ ଅଧିବେଶନର ବିବରଣୀ ପଠନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିମ୍ନ ମାନର ରାସ୍ତା କାମ ଏବଂ ଅବଧି ସରିଲା ପରେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ନେଇ ପାରାଢିପି ସରପଞ୍ଚ ବିଭୂତି ପ୍ରଧାନ, ସୋରଡ଼ା ସମିତି ସଭ୍ୟ ସୁଶାନ୍ତ ସାହୁ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ଗୁମି ସମିତି ସଭ୍ୟ ସଞ୍ଜୀବ ଡାକୁଆ, ବେରୁଆଁବାରି ସମିତି ସଭ୍ୟ କେଦାର ସେଠି ପ୍ରମୁଖ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ।















