No Result
View All Result
ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- କଂଗ୍ରେସ କମିଟି ପକ୍ଷରୁ ନୟାଗଡ ଠାରେ ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କୁ ଅଖିଳ ଭାରତ କଂଗ୍ରେସ୍ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ନୟାଗଡ ଗସ୍ତ ସମୟରେ ଧାରଣ ସ୍ଥଳକୁ ଯାଇ ଆନ୍ଦୋଳନରତ ଗାଡ଼ିବଚାଳକ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସlତ ଦଫା ସମ୍ବଳିତ ଦାବିପତ୍ରକୁ ସମର୍ଥନ କରିଥିଲେ।

ସେମାନଙ୍କଠୁ ଦାବିପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ବିଧାନସଭା ସମୟରେ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ବିଧାନସଭାରେ ଉପସ୍ଥାପନା କରିଯିବା।ଏହି ଆନ୍ଦୋଳନ ସ୍ଥଳରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ସାଧାରଣ ସମ୍ପାଦକ ୟାସିର ନୱାଜ୍, ନୟାଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ସଭପତି ସତ୍ୟବ୍ରତ ନାୟକ, ପୂର୍ବତନ ସାଂସଦ ନକୁଳ ନାୟକ,

ପୂର୍ବତନ ସଭପତି ରଞ୍ଜିତ ଦାସ,ହୁସେନ ଖାଁ,ମନୋଜ ସାହୁ,ସରୋଜ ପରିଡ଼ା,ବିଭୁପ୍ରସାଦ ମିଶ୍ର,ବୈଜନ୍ତି ମାଳl ମହାନ୍ତି,ବସନ୍ତ ମହାରଣା,ପୂର୍ଣ୍ଣଚନ୍ଦ୍ର ନାୟକ, କମଳ ସାହୁ,ଫକୀର ମଲ,ପ୍ରକାଶ ନାୟକ, ପ୍ରତିକ ମହାପାତ୍ର,ଆଲୋକ ଚନ୍ଦ୍ର ପ୍ରଧାନ, ପ୍ରମୁଖ କଂଗ୍ରେସ୍ ନେତ୍ରୁ ମଣ୍ଡଳୀ ଧରଣା ସ୍ଥଳରେ ପହଞ୍ଚି ନୈତିକ ସମର୍ଥନ ଦେଇଥିଲେ ।


No Result
View All Result