No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମୋହନା ହିଲ ଟପ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ଅମୃତଭଣ୍ଡା, ତେନ୍ତୁଳି, ନିମ୍ବ, ଆକାଶିଆ,ଗମ୍ଭାରୀ, ସଜନା, ପିଜୁଳି ଆଦି ଚ଼ାରା ରୋପଣ କରିଥିଲେ। ବରିଷ୍ଠ ଅଧ୍ୟାପକ ମନୋରଞ୍ଜନ ପାଣିଗ୍ରାହୀ, ସୁଖବିନ୍ଦର ସିଂ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ | ସେହିପରି ମୋହନା ବ୍ଲକ ର ଗୁଲୁବାଠାରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ‘ଏକ ପେଡ ମା କେ ନାମ’ ନାରା ନେଇ ଗଛ ଲଗାଇଲେ ବିଧାୟକ, ଡ଼ିଏଫଓ ,ଏସିଏଫ ଓ ବିଦ୍ୟାର୍ଥୀ ।
ସୋମବାର ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ଗ୍ରାମରେ ମୋହନା ବନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜଙ୍ଗଲ ପର୍ବ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଡିଏଫଓ କେ.ନାଗରାଜୁ,
ଏସିଏଫ ଅରୁଣ ସାହୁ, ସାଇନି ଯୋଗ ଦେଇଥିଲେ। ଜଙ୍ଗଲ ସୁରକ୍ଷା, ବିକାଶ ଓ ଏହାଦ୍ଵାରା ଆମର କଣ ଉପକାର,ଚାରା ରୋପଣ କରିବା ଏବଂ ଏହାକୁ କିଭଳି ସୁରକ୍ଷା ପ୍ରଦାନ କରିବା ଆଦି ସଂପର୍କରେ ଉପସ୍ଥିତ ଅଞ୍ଚଳବାସୀ, ବିଦ୍ୟାର୍ଥୀମାନଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ନଳାଘାଟ ବନପାଳ ଦୁର୍ଯ୍ୟୋଧନ ଜେନା ଓ କର୍ମଚାରୀମାନେ ପରିଚାଳନା କରିଥିଲେ।

No Result
View All Result