ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :- ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ବାର୍ଷିକୋତ୍ସବ – ୨୦୧୯ ରେ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେବା ଅବସରରେ “ଗାନ୍ଧୀ ଓ ଓଡ଼ିଆ ସାହିତ୍ୟ” ଶୀର୍ଷକ ଆଲୋଚନାଚକ୍ର ରେ ଭାଗନେଇଥିଲେ ।
ଓଡ଼ିଶା ସହିତ ଗାନ୍ଧିଜୀଙ୍କ ସମ୍ପର୍କ ଥିଲା ନିବିଡ଼ । ଗାନ୍ଧିଜୀ ୮ଥର ଓଡ଼ିଶା ଆସିଥିଲେ । ପ୍ରତିଥର ଓଡ଼ିଶା , ଓଡ଼ିଶାର ଲୋକ ମାନଙ୍କୁ ଏବଂ ଓଡ଼ିଆ ପ୍ରାଣକୁ ଚିହ୍ନିବାର ପ୍ରୟାସ କରିଥିଲେ ।
ଓଡ଼ିଶାର ଉତ୍କଟ ଦାରିଦ୍ର୍ୟକୁ ସେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିଥିଲେ । ଓଡ଼ିଶାର ଦାରିଦ୍ର୍ୟ ତାଙ୍କ ମନକୁ ଏତେ ମାତ୍ରାରେ ଆନ୍ଦୋଳିତ କରିଥିଲା ଯେ , ସେ ସାରା ଜୀବନ ଆଣ୍ଠୁ ଲୁଚୁ ନଥିବା ଲୁଗା ଖଣ୍ଡିଏ ପିନ୍ଧିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି