No Result
View All Result
■ ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ l
■ ମୃତ୍ୟୁର କାରଣ ଜାଣିବା ପାଇଁ ଅନ୍ଧାରରେ ବାଡି ବୁଲାଉଛି ବନ ବିଭାଗ ।
■ ସି ଡବ୍ଲୁ ଏସ୍କୁ ପଠାଯିବ ନମୁନା ।
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବନ୍ୟ ଜୀବଜନ୍ତୁ କଂ ପାଇଁ ସ୍ବର୍ଗଦ୍ବାର ପାଲଟିଛି ଦଶପଲ୍ଲା ବନାଂଚଳ । ସରକାରୀ ତହବିଲ୍ ରୁ ମୋଟା ଅଂକର ଦରମା ନେଇ ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ । ରହିଛି ଜଂଗଲ ମାଫିଆଙ୍କ ସହିତ ମଧୁର ସମ୍ପର୍କ । ଏହି ବନାଂଚଳରୁ ପ୍ରତିଦିନ ବନ୍ୟଜନ୍ତୁଙ୍କ ଶିକାର ହୋଇ ଖୋଲା ବଜାରରେ ଖୁଲମ୍ ଖୁଲା ମାଂସ ବିକ୍ରୀ ହେଉଥିବାବେଳେ, କେମିତି ଜାଣି ପାରୁନାହାନ୍ତି ସ୍ଥାନୀୟ ବନ କର୍ମଚାରୀ । ତେବେ ଏଇ କିଛିଦିନ ଧରି ଦଶପଲ୍ଲା ବନାଂଚଳରେ ବଢିଚାଲିଛି ହାତୀ ମୃତ୍ୟୁ । ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ସଦର ସେକ୍ସନର ପୋଇବାଡ଼ିସ୍ଥିତ ବାଇଶୀପାହାଚ ସଂରକ୍ଷିତ ଜଙ୍ଗଲରୁ ଗତଦିନରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।
ହାତୀଟି ଅଣ୍ଡିଆ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୨ରୁ ୩ ମାସ ହେବ ବୋଲି ବନଖଣ୍ଡ ଅଧିକାରୀ କ୍ଷମା ପଡ଼ଙ୍ଗୀ କହିଛନ୍ତି। ତେବେ ଉକ୍ତ ଅଞ୍ଚଳକୁ ଗତ ମଙ୍ଗଳବାର ଦିନ ହାତୀ ଆସିଥିଲେ । କିଭଳି ଓ କେଉଁ କାରଣରୁ ଛୁଆ ହାତୀଟିର ମୃତ୍ୟୁ ହୋଇଛି ତାହା ଠିକ୍ ଭାବେ ଜଣାପଡ଼ିନଥିବା ବେଳେ ମୃତ୍ୟୁର କାରଣ ପାଇଁ ସାର୍ଟିଫାଏଡ୍ ଉଣ୍ଡ ସ୍ପେସାଲିଷ୍ଟ ବା ସିଡବ୍ଲୁଏସ୍କୁ ସଂଗୃହୀତ ନମୂନା ପଠାଯିବ ବୋଲି ସେ କହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସେଠାକାର କିଛି ବ୍ୟକ୍ତି ଜଙ୍ଗଲକୁ ବାଉଁଶ ପାଇଁ ଯାଇଥିବା ବେଳେ ହାତୀଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ।
ପରେ ସେମାନେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ପୂର୍ବାହ୍ନରେ ବନଖଣ୍ଡ ଅଧିକାରୀ ଶ୍ରୀମତୀ ପଡ଼ଙ୍ଗୀଙ୍କ ସମେତ ଦୁଇ ଜଣିଆ ଭେଟନାରୀ ଟିମ୍, ଦଶପଲ୍ଲା ଓ ମହିପୁର ବନାଞ୍ଚଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଛୁଆ ହାତୀଟିର ଶରୀର ନଷ୍ଟ ହୋଇ ଆସିଥିବା ବେଳେ କେଉଁଦିନ ମୃତ୍ୟୁ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ, ଗତବର୍ଷ ମେ ୧୭ ତାରିଖ ଦିନ ଉକ୍ତ ସ୍ଥାନଠାରୁ ଅଳ୍ପଦୂର ତଥା ଡିମିରିଗାଡ଼ିଆ ପାହାଡ଼ରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏଥିପୂର୍ବରୁ ଟାକରା ଫରେଷ୍ଟ ସେକ୍ସର ଦୁର୍ଗା ପ୍ରସାଦ ବିଲୁଆ ମରା ପାହାଡ଼ରୁ ମଧ୍ୟ ଏକ ବୟସ୍କ ଦନ୍ତାହାତୀ ର ମୃତଦେହ ଉଦ୍ଧାର ହୋଇଥିଲା ।

No Result
View All Result