କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ଥାନା ଅଧୀନ ୫୩ନମ୍ବର ଜାତୀୟ ରାଜପଥର ଛତା ଛକରେ କେତେକ ଦୁର୍ବୃତ ଜଣେ କର୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଛତା ବିଟ ହାଉସ ଦାୟିତ୍ଵରେ ଥୂବା ହାବିଲଦାର ସୁବାସ ଚନ୍ଦ୍ର ଜେନା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଥିବା ଜଣାଯାଇଛି। ଅଭିଯୋଗ ରୁ ପ୍ରକାଶ ଯେ, ବୁଧବାର ସକାଳ ପ୍ରାୟ ୭ଟା ୪୦ମିନିଟ ସମୟରେ ଛତା ଛକ ସିଦ୍ଧ ବଟ ମହାପୁରୁଷଙ୍କ ପୀଠକୁ ଯିବା ରାସ୍ତା ନିକଟ ଜାତୀୟ ରାଜପଥ ଉପରେ ଏକ ତେଲ ଟ୍ୟାଙ୍କର ଖରାପ ହୋଇଯିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
କିଛି ଲାକଙ୍କ ସହାୟତାରେ ଉକ୍ତ ଟ୍ୟାଙ୍କର କୁ ଠେଲି ସାଇଡ୍ କଲା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥୁଲା । ଏହି ସମୟରେ ଏକ ବ୍ଲୁ କାର (ସ୍ବିଫ୍ଟ ଡିଜ଼ାୟାର)(ଓଡ଼ି ୦୪ଜେ ୬୫୭୫)ରୁ ହଠାତ୍ ନିକଟସୁ ଲକ୍ଷ୍ମୀନାରାୟଣପୁରୁ ଅଂଚଳର ଗୋଲଖସାହୁ, ସତ୍ୟଜିତ ସାହୁ ଓ ରବି ନାମକ ଜଣେ ଯୁବକ ଓହ୍ଲାଇ ଜଣେ ଟ୍ରକ ଡ୍ରାଇଭରଙ୍କୁ ବିନା କାରଣରେ ମାଡ ମାରିଥିଲେ ।

ଏହା ଦେଖ୍ ହାବିଲଦାର ଶ୍ରୀ ଜେନା ସଂପୃକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବାରୁ ସଂପୃକ୍ତ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ପୋଲିସକୁ କାହିଁକି ମାରୁଛ ବୋଲି କହିବାସତ୍ୱେ ଅଭିଯୁକ୍ତ ଯୁବକମାନେ ଅଶ୍ଳୀଳ ରାଷାରେ ଗାଳିଗୁଲଜ କରିଥିଲେ ଅଭିଯୁକ୍ତ ମାନଙ୍କ ଅନ୍ୟ ଦୁଇ ସହଯୋଗୀ ସେଠାରେ ପହଂଚି ତାଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗରେ ଶ୍ରୀ ଜେନା ଦର୍ଶାଇଛନ୍ତି । ଏ ଡେରାବିଶ ଥାନାରେ ୧୦୮/୨୫ ରେ ମାମଲା ରୁଜୁ କରାଯାଇଛି ।














