ପଦ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପଦ୍ମପୁର ରଜାପଡା ସ୍ଥିତ ଦୁର୍ଗାପୂଜା କାର୍ଯ୍ଯାଳୟ ଠାରେ ଦୁର୍ଗାପୂଜା ପ୍ରସ୍ତୁତି ନେଇ ପ୍ରତାପ ମିଶ୍ରଙ୍କ ଅଧକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ଗତ ବର୍ଷର ବାର୍ଷିକ ବିବରଣ ପଠନ କରାଯାଇଥିଲା। ପରେ ୨୦୨୫ ପାଇଁ ସାର୍ବଜନୀନ ନୂତନ ଦୂର୍ଗାପୂଜା ପରିଚାଳନା କମିଟି ଗଠନ କରି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ନୂତନ ପରିଚାଳନା କମିଟି ରେ ସଭାପତି ପ୍ରତାପ କିଶୋର ମିଶ୍ର, ଉପସଭାପତି ଅଜିତ କୁମାର ଶତପଥୀ, ସଂପାଦକ ଯୁଗଳ କିଶୋର ସାହୁ(ବୁଲୁ) , ସହ ସଂପାଦକ ଭରତ ପଣ୍ଡା,

କୋଷାଧ୍ୟକ୍ଷ ଯୋଗେଶ କୁମାର ସାହୁ ପ୍ରମୁଖ ରହିଥିବା ବେଳେ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମହିପାଳ ସାହୁ, ନନ୍ଦ କିଶୋର ଅଗ୍ରୱାଲ,ନବ ବରିହା, ଲବଣୀଧର ସାହୁ, ହେମନ୍ତ ପଟ୍ଟନାୟକ , ଅଚ୍ୟୁତାନନ୍ଦ ସେଠ,ସୁନୀଲ କୁମାର ଅଗ୍ରୱାଲ,ସରଜୁ ପଟ୍ଟନାୟକ,ମହେଶ କୁମାର ବେହେରା,ନୃସିଂହ ଚରଣ ପଟ୍ଟନାୟକ,ବିଜୟ ବହିଦାର,ବିଜୟ ଦାନୀ, ଜୟରାମ ମହାପାତ୍ର,ନିରୋଜ ସିହ୍ନା,ନାରାୟଣ ପୁରୋହିତ,ରାଜେଶ ଗୁର୍ଲା,ରଜନୀ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ସଭାପତି ଶ୍ରୀ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସଂପାଦକ ଯୁଗଳ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।














