
ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବାରାହୀପୁର ବିକାଶ ଭବନ ପରିସରରେ ରାଜ୍ୟସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି, ମାହାଙ୍ଗା ସାରସ୍ୱତ୍ୱ ସେବାମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଉତ୍ସବ ରେ ମଞ୍ଚର ସଭାପତି ଭାବଗ୍ରାହୀ ରାଉତ ପୌରୋହିତ୍ୟରେ ଉଦ୍ଘାଟକ ଭାବେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ହଳଧର ସାହୁ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରଆଲୋଚନା କରିବାସହ ଗୁରୁ ଶିଷ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ସମାଜ ର ବୈପ୍ଲବିକ ପରିବର୍ତ୍ତନ ଆସେ, ଆଉ ସୃଷ୍ଟି ହୁଅନ୍ତି ଭଲ ମଣିଷ,

ସେଇ ମଣିଷ ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଦେଶର ମଙ୍ଗଳ କରିଥାନ୍ତି ବୋଲି କହି ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ କରି ଥିଲେ, ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ବିଜୟାନନ୍ଦ ସିଂହ, ମୁଖ୍ୟ ବକ୍ତାଭାବେ ରାଜ୍ୟ ସ୍କାଉଟ ଗାଇଡ଼ ସହ ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର,ବକ୍ତା ଭାବେ ଇଂ ମାନଗୋବିନ୍ଦ ପଣ୍ଡା, ସମ୍ମାନିତ ଅତିଥି ଭାବେ ମଞ୍ଚର ସମ୍ପାଦକ ଉପେନ୍ଦ୍ରନାଥ ରଣା, ଉପସଭାପତି ଜିତେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗଦେଇ ଗୁରୁଦିବସ ଅବସରରେ ଚବିଶ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଗ୍ରୀନ ଭିଜନ ର ନିର୍ଦେଶକ ବଳରାମ ପାତ୍ର ଉତ୍ସବ ପରିଚାଳନା କରିଥିଲେ,














