ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଜଗତସିଂହପୁର ଜିଲ୍ଲାର ନିର୍ମାତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଥିଲେ ଅନ୍ୟତମ କର୍ମ ଯୋଗୀ l ରାଜନୀତିକୁ ବୃତ୍ତି ଓ ପ୍ରବୃତି କରିଥିବା ଏହି ବ୍ୟକ୍ତି ତାଙ୍କ ଜୀବନ ସାରା ସେବାକୁ ଗୁରୁତ୍ୱ ଦେଇ ସବୁବର୍ଗର ଲୋକମାନଙ୍କ ପାଖରେ ପ୍ରିୟ ଭାଜନ ହୋଇଥିଲେ ବୋଲି ରବିବାର ତାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ l ବିରିଡି ବିଜୁଭବନ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ବିଜେଡି ନେତା ରବିନାରାୟଣ ଜେନା ସଭାପତିତ୍ୱ କରି ଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ପବିତ୍ର ପଶାୟତ, ନେତ୍ରା ନନ୍ଦ ପାତ୍ର, ନୃସିଂହ ଦାଶ, ପ୍ରଦୀପ୍ତ ଭୂୟାଁ, ତୃପ୍ତି ରାୟ, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ସଂଖ୍ୟା ଲଘୁ ସେଲର ସଭାପତି ମୀର ଆଜମୀର ଅଲ୍ଲୀ, ପ୍ରତାପ ବେହେରା, ସୁରେଶ ଜେନା, ସୁଶାନ୍ତ ସାହୁ, ଅକ୍ଷୟ ବ୍ରହ୍ମା ପ୍ରମୁଖ ବହୁ ବିଜେଡି କର୍ମୀ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ନେତୃ ମଣ୍ଡଳୀ ମାନେ ବିଷ୍ଣୁ ଦାସ ଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l














