ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ମା ଶୁଭଦ୍ରା ଙ୍କ ଦେବଦୋଳନ ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଛି । ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା । ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା ।
ଅପରାହ୍ଣ ୨.୩୦ ରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା । ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା । ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା । ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା । ଏକ ଅପୂର୍ବ ଶୋଭା ମଧ୍ୟରେ ୩ ଠାକୁର ଙ୍କୁ ଝୁଲାଇ ଝୁଲାଇ ପହଣ୍ଡି କରାଯାଇଥିଲା । ବିଶେଷ କରି ଜଗନ୍ନାଥ ଙ୍କ ପହଣ୍ଡି ବେଶ ଆକର୍ଷଣିିୟ ହୋଇଥିଲା ।
ରଙ୍ଗ ବେରଙ୍ଗିର ଝରା ଲଗେଇ କାଳିଆ ସାଆନ୍ତ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିର ରୁ ଆସିଥିଲେ । ଏହି ସମୟରେ ବାହାରେ ହଜାର ହଜାର ଲୋକ ରୁଣ୍ଡ ହୋଇ ହରି ବୋଲ ,ହୁଳହୁଳିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟିୁ ହୋଇଥିଲା । ବିଶେଷ କରି ଜଗନ୍ନାଥଙ୍କ ପହଣ୍ଡି ଆଗରେ ଓଡିଶୀ ନୃତ୍ୟ ,
ଏହାକୁ ନେଇ ଭକ୍ତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । ତିନି ରଥ ର ଛେରାପହଁରା ପରେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା । ସନ୍ଧ୍ୟା ୬.୫୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା । ସୋମବାର ଦିନ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ଆଜି ଅର୍ଥାତ୍ ରବିବାର ସନ୍ଧ୍ୟାରେ ପଚୁଂଦୋଳ ପଡିଆ ଠାରେ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହେବ । ରବିବାର ଦିନ ଶ୍ରୀଜିଉ ଙ୍କର ଏକାଦଶୀ ନିଥି ସମ୍ପନ୍ନ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି ।
କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ । ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ଭିଡ ଜମେ ।
ଚକାଶିଳାକ୍ଷେତ୍ରର ବାହୁଡା ଯାତ୍ରାରେ ଓଡିଶାର ବାଚସ୍ପତି ସୁରମା ପାଢୀ, ପୂର୍ବତନ ସାଂସଦ ରବି ନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ପ୍ରୟବ୍ରତ ପ୍ରହରାଜଙ୍କ ସମେତ ବିଭିନ୍ନ ସମାଜସେବୀ, ସାମ୍ବାଦିକ, କାଉନସିଲର ପ୍ରମୂଖ ଯୋଗ ଦେଇ ରଥ ଟାଣି ଥିଲେ । ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

© 2023 Odisha Taza News.