ଓଡିଶା ଓ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ନିଜର ଦୀର୍ଘକାଳିନ ପ୍ରତିବଦ୍ଧତାକୁ ବଜାୟ ରଖି ଚଳିତ ବର୍ଷ ଡାଲମିଆ ଭାରତ ପକ୍ଷରୁ ୪ ଜଣ ବିଶିଷ୍ଟ ଶିଳ୍ପକାର ରଘୁନାଥ ସୁବୁଦ୍ଧି, ରମେଶ ମହାପାତ୍ର, ବାବନା ମହାରଣା ଓ କାର୍ତିକ ଭୋଇଙ୍କୁ ତାଙ୍କର ଚମତ୍କାର କାରିଗରୀ ଓ ଏହି ପବିତ୍ର ପରମ୍ପରା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ବରିଷ୍ଠ କାରିଗର ଓ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରୀ ଦ୍ୱାରା ଏହି ଦକ୍ଷ କାରିଗରମାନଙ୍କର ଚୟନ କରାଯାଇଥିଲା ଏହି ଜୁରୀରେ ମୁଖ୍ୟ ଶିଳ୍ପକାର ଶ୍ରୀ ବିଜୟ ମହାପାତ୍ର, ନୁରୁସିଂହ ମହାପାତ୍ର ଓ ନାରାୟଣ ମହାରଣା ସାମିଲ ଥିଲେ ।
ଏହି ଅବସରରେ କମ୍ପାନୀର ପ୍ରବକ୍ତା କହିଛନ୍ତି, “ଡାଲମିଆ ଭାରତରେ ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ପାରଦର୍ଶିତା ଗର୍ବର ସହିତ ପରମ୍ପରାକୁ ସଂରକ୍ଷିତ ରଖିବାରେ ଅନ୍ତର୍ନିହିତ ଥାଏ । ପବିତ୍ର ରଥଗୁଡିକ ହେଉଛି ଓଡିଶାର କଳା, ଭକ୍ତି ଓ ଓଡିଆ କାରିଗରୀର ଏକ ପ୍ରକୃତ ଅଭିବ୍ୟକ୍ତିର ଏକ ଜୀବନ୍ତ ପ୍ରତୀକ । ଡିଏସ୍ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ମାଧ୍ୟମରେ ଆମେ ଏହି ନୀରବ ନାୟକମାନଙ୍କୁ ସମ୍ମାନ ଜଣାଉଛୁ ଯେଉଁମାନେ ଦେଶର ପୁରାତନ ପରମ୍ପରାକୁ ରୂପ ଦେଇଛନ୍ତି । ଓଡିଶା ସହ ଆମର ସଂଯୋଗ ଅତ୍ୟନ୍ତ ଗଭୀର ଅଟେ ଏବଂ ଏହି ଅଭିଯାନ ରାଜ୍ୟର ଐତିହ୍ୟ ଓ ଲୋକଙ୍କ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।” କାରିଗରଙ୍କୁ ସମର୍ଥନ କରିବାଠାରୁ ଆରମ୍ଭ କରି ପାରମ୍ପରିକ କାରିଗରୀକୁ ସମ୍ମାନିତ କରିବା, ଜୀବିକାଗୁଡିକୁ ସକ୍ଷମ କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପରିଚାଳନା କରିବା ପର୍ଯ୍ୟନ୍ତ, କମ୍ପାନି ରାଜ୍ୟର ଲୋକମାନଙ୍କ ସହିତ ଏହାର ସମ୍ପର୍କକୁ ସୁଦୃଢ କରିବା ଜାରି ରଖିଛି ।

© 2023 Odisha Taza News.