ତେବେ ଭଉଣୀ ବିମଳାଙ୍କ ଠାରୁ ମୋହିନୀ ଚୂର୍ଣ୍ଣ ପାଇ ପଞ୍ଚୁ ମହାଦେବ ଗହଣରେ ଯଥା ଶ୍ରୀ ସ୍ୱପ୍ନେଶ୍ୱରଦେବ, ଶ୍ରୀ ଚଣ୍ଡେଶ୍ୱରଦେବ , ବାଲୁଙ୍କେଶ୍ୱରଦେବ , ଶ୍ରୀ ହରିହରେଶ୍ୱରଦେବ ଓ ଶ୍ରୀ ଦଣ୍ଡାବାଲୁଙ୍କେଶ୍ୱରଦେବ ଆଦି ଶ୍ରୀଜୀଉ ମାନଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲେ । ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯାଇଥିବା ମହାଲକ୍ଷ୍ମୀ ଦେଖିବାକୁ ପାଇଥିଲେ ।
ପରେ ଗୁଣ୍ଡିଚା ମନ୍ଦିର ରେ ଆଳତୀ ସମାପନ ହୋଇଥିଲା । ଆଳତୀ ପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟରେ ପହଚିଂଥିଲେ । ସେଠାରେ କ୍ରୋଧାନ୍ୱିତ ମା ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ, ଏଣୁ ଆସନ୍ତା କାଲି ତିନି ରଥ ଦକ୍ଷିଣ ମୋଡ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି । ଆଡପ ମଣ୍ଡପରେ ତିନି ଠାକୁର ଆଜି ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।

© 2023 Odisha Taza News.