No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ 45ତମ ହେରାପଞ୍ଚମୀ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସାଂସଦ ସମ୍ବିତ ପାତ୍ର ସମାରୋହ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଦ ଘାଟନ କରିଥିବା ବେଳେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ରୁପେଶ ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ସ୍ବାଇଁ,ହାଇଟେକ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ,ସମାଜସେବୀ ପଙ୍କଜ ଲୋଚନ ମହାନ୍ତି,କିଶୋର କୁମାର ରାଉତ,ଧର୍ମେନ୍ଦ୍ର ଗୁପ୍ତା, ଡ ସାରଦା ମିଶ୍ର,ଦୀପକ ମହାନ୍ତି,ଶରତ ମହାନ୍ତି,ନୀଳାଦ୍ରି ଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ସମାରୋହରେ ଶିକ୍ଷ।ବିତ ବସନ୍ତ କୁମାର ମିଶ୍ରଙ୍କୁ ଗୁରୁଗୌରବ ସମ୍ମାନ,କଣ୍ଠଶିଳ୍ପୀ ମାନସୀ ପାତ୍ରଙ୍କୁ ମାଖନ୍ ଲାଲ ହାଲଦାର ସ୍ମୃତି ସମ୍ମାନ,ସୌରଭ ଭରଦ୍ୱାଜ ଙ୍କୁ ନିକୁଞ୍ଜ କିଶୋର ଜେନା ସ୍ମୃତି ସମ୍ମାନ,ଅର୍ପିତା ଚୌଧୁରୀଙ୍କୁ ସଂଯୁକ୍ତା ସ୍ମୃତି ସମ୍ମାନ,ସଙ୍ଗୀତ ନିର୍ଦ୍ଦେଶକ ପରମାନନ୍ଦ ସାହୁଙ୍କୁ ଉତ୍କଳ ସଙ୍ଗୀତ ଗୌରବ ସମ୍ମାନ,ଅଭିଜିତ ମିଶ୍ରଙ୍କୁ ଦୁଃଖିଶ୍ୟାମ ମର୍ଦ୍ଦରାଜ ସ୍ମୃତି ସମ୍ମାନ,ରବୀନ୍ଦ୍ର ମହାପାତ୍ର ଙ୍କୁ ସମରେନ୍ଦ୍ର ମହାପାତ୍ର ସ୍ମୃତି ସମ୍ମାନ,ଇରା ମହାନ୍ତି ଙ୍କୁ ଦୁର୍ଗାମାଧବ ସ୍ମୃତି ସମ୍ମାନ,ସୁଧାକର ମିଶ୍ରଙ୍କୁ ମିନାକ୍ଷୀ ମହାପାତ୍ର ସ୍ମୃତି ସମ୍ମାନ,
ଅମୃତ ରଞ୍ଜନ ଦାସଙ୍କୁ ହରକଲ୍ୟଣ ପଟ୍ଟନାୟକ ସ୍ମୃତିଁସମ୍ମନ୍ ଶୈଳ ଭାମା ମହାପାତ୍ର ଙ୍କୁ ଉତ୍କଳ ସଙ୍ଗୀତ ଗୌରବ ସମ୍ମାନ, ସିଦ୍ଧେଶ୍ୱର ପଟ୍ଟନାୟକ ଙ୍କୁ ମୃତ୍ୟୁଞ୍ଜୟ ସାସମଲ ସ୍ମୃତି ସମ୍ମାନ, ପ୍ରଦୀପ ରଣ।ଙ୍କୁ ଶ୍ରୀକ୍ଷେତ୍ର ସେବ।ରତ୍ନ ସମ୍ମାନ,ଲିଙ୍ଗରାଜ ମହାରଣା ଙ୍କୁ ଚିତ୍ରକଳା ସମ୍ମାନ ଏବଂ ବିଭୁ ପ୍ରସାଦ ନନ୍ଦଙ୍କୁ ଡ ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର,ଶରତ ନାୟକ,ଅନ୍ତରା ଚକ୍ରବର୍ତ୍ତୀ ନିର୍ଲିପ୍ତା ମିଶ୍ର,ଇରା ମହାନ୍ତି, ସୌରଭ ଭରଦ୍ୱାଜ, ମଞ୍ଜୁଶ୍ରୀ ତ୍ରିପାଠୀ,ଦିପ୍ତିରେଖା ପାଢୀ,ଅଭିଜିତ ମିଶ୍ର,ଅଞ୍ଜଳି ମିଶ୍ର ,
ଗଗନ ବିହାରୀ ଜେନା,ଅର୍ପିତା ଚୌଧୁରୀ,ସୁଧାକର ମିଶ୍ର,ସୈଳଭମା ମହାପାତ୍ର,ପ୍ରଫୁଲ୍ଲ ବେହେରା ଏବଂ ମାନସୀ ପାତ୍ର ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।ଅନୁଷ୍ଠାନର ସଭାପତି ମନୋରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଧାରଣ ସମ୍ପାଦକ ଘନଶ୍ୟାମ ମର୍ଦ୍ଦରାଜ, ସଂଗଠନ ସମ୍ପାଦକ ବିଜୟ ମୋହନ ଦାଶ, ଉପସଭାପତି ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟଗଣଙ୍କ ଅକୁଣ୍ଠ ସହଯୋଗ ରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା ।

No Result
View All Result