ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଯାତ୍ରା ସମୟରେ ପଲ୍ଲିଶ୍ରୀ ମେଳା ର ଚାହିଦା ରହିଛି । ସହରବାସୀ, ପର୍ଯ୍ୟଟକ, ରଥଯାତ୍ରୀ ଓ ଶ୍ରଦ୍ଧାଳୁ ମାନେ ପଲ୍ଲିଶ୍ରୀ ମେଳାରେ ଘରକରଣା ଜିନିଷ କିଣି ଥାଆନ୍ତି । ଚଳିତବର୍ଷ ପଲ୍ଲିଶ୍ରୀ ମେଳା ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଆୟୋଜିତ ହୋଇଛି । ମେଳାରେ ବିକ୍ରି ସାମାନ୍ଯ କମିଥିଲେ ମଧ୍ଯ ଅଧିକ ସ୍ଥାନ ନିଆଯାଇଥିବାରୁ କିଣାକିଣି ପାଇଁ ଗ୍ରାହକ ମାନଙ୍କୁ ଫ୍ରି ଲାଗୁଛି ।

୨୬୧ଟି ଷ୍ଟଲ ପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଡ ମଞ୍ଚ କରାଯାଇଛି । ମେଳାର ଫୁଡ ଷ୍ଟଲରେ ଅଧିକାଂଶ ଯୁବକ ଯୁବତୀ ଓ ମହିଳାମାନେ ଗୁପଚୁପ, ଚାଟ ଓ ପାରୁଥିବା ଦୋକାନରେ ଗହଳି ଜମୁଥିବା ଦେଖିବାକୁ ମିଳୁଛି ।















