No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଦ୍ୟାଧର ନାୟକଙ୍କ ସଭାପତିତ୍ଵରେ ଜିଲ୍ଲା କୃଷି ଅଧିକାରୀ, ନୟାଗଡ଼ଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି l
ଉକ୍ତ ଉତ୍ସବ ରେ ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଏ .ଡି.ଏମ୍.ଓ.), ନୟାଗଡ ଏବଂ କଣ୍ଟିଲୋ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ବନମାଳୀ ଦଳେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟାଳୟର ମୁଖ୍ୟ ମାନେ ଯୋଗେ ଦେଇଥିଲେ l
ମୁଖ୍ୟ ଅତିଥି ଡ. ଦଳେଇ ଜାତୀୟ ପରିସଂଖ୍ୟାନର ଜନକ ଯାହାଙ୍କ ଜନ୍ମ ଦିନ କୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଏ ତତ ସମ୍ୱନ୍ଧୀୟ କିଛି ଅଜଣା କଥା ଆଲୋକପାତ କରିଥିଲେ l ପରିଶେଷରେ ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା l

No Result
View All Result