No Result
View All Result
ଲକ୍ଷ୍ମୀପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନାରାୟଣପାଟଣା ବ୍ଲକ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ପ୍ରଦୀପ କୁମାର ଲିମା ଏବଂ ସହାୟକ ଶିକ୍ଷକ ଶ୍ରୀଯୁକ୍ତ ଜାମି ଗୌରୀ ଶଙ୍କର ରାଓ ଙ୍କ ନିମନ୍ତେ ନାରାୟଣପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା |
ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ମହୋଦୟ | ଏହି ଅବସରରେ ଉଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ
ଏବଂ ଶିକ୍ଷୟତ୍ରୀଙ୍କୁ ଛାତ୍ର ଛାତ୍ରୀଙ୍କୁ ଭଲ ଶିକ୍ଷା ଦେବା ଏବଂ ଦେଶ ବିଦେଶରେ କୋରାପୁଟ ଜିଲ୍ଲାର ଶିକ୍ଷାକୁ ଏକ ନମ୍ବର କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଆମ ପ୍ରିୟ ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ମହୋଦୟ |

No Result
View All Result