ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ବରଗଡ଼ :- ବରଗଡ଼ ଜିଲ୍ଲା ସୀମାରେ, ଛତିଶଗଡ଼ ରାଜ୍ୟ ରାୟପୁର ନିକଟରେ ଆଜି ଭୋର୍ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୮ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଗଞ୍ଜାମ ଜିଲ୍ଲା ରୁ ଏକ ବସରେ ଗୁଜରାଟର ସୁରତ କୁ ଯାଉଥିବା ବେଳେ ଛତିଶଗଡ଼ ରାଜ୍ୟ ରାୟପୁର ନିକଟରେ ଏହି ଦୂର୍ଘଟଣା ଘଟିଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେହିପରି ମୃତାହତ ଙ୍କ ଶବ ବ୍ୟବଚ୍ଛେଦ ପରେ ଶବକୁ ନିଜ ଗ୍ରାମ ଗୁଡ଼ିକ କୁ ଆମ୍ବୁଲାନ୍ସ ଯୋଗେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ।
ସେଠାରେ ସୁରକ୍ଷିତ ଭାବେ ଥିବା ଅନ୍ୟ ମାନଙ୍କୁ ସାମୟିକ ରହଣୀ ଓ ଖାଦ୍ୟ ପେପର ବ୍ୟବସ୍ଥା ନିଜେ ଉପସ୍ଥିତ ରହି କରିଥିଲେ। ପରେ ସମସ୍ତଙ୍କୁ ଅନ୍ୟ ଏକ ବସରେ ନିଜ ଘରକୁ ପଠାଇଥିଲେ। ତାଙ୍କ ସହ ଓଡ଼ିଶା ମୋ ପରିବାର ର ସଦସ୍ୟ କୁଳମଣି ଦୁଆନ ଓ ଅନ୍ୟ ମାନେ ସହଯୋଗ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)