ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) କଟକ :- ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ଏସ୍ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ହିଂସା ବିରୋଧ ଆଇନ୍ ଧାରା-୧୨ ଅନୁଯାୟୀ ମାମଲା ରୁଜୁ ହୋଇଥିବାର ସୂଚନା ରହିଛି । ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ରହିଛି । ମାମଲା ନେଇ ଜିଲ୍ଲା କୋର୍ଟର ଅଫିସିଆଲ୍ ଓ୍ବେବସାଇଟ୍ରେ ସୂଚନା ରହିଛି । ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ବର୍ଷା ମାନସିକ- ଶାରିରୀକ ନିର୍ଯାତନାର ଶିକାର ହୋଇଥିବାର ସୂଚନା ରହିଛି । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକବ୍ଦମା ଦାଏର କରିଛନ୍ତି ।
ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ସେ ଏହା ବିରୋଧରେ କରିବା ରୁ ଅନେକ ଥର ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରି ଦେଇଛନ୍ତି ବର୍ଷା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସିନେମା ଜଗତର ଅନ୍ୟ ଝିଅ ମାନଙ୍କ ସହ ଅନୁଭବ ଙ୍କ ର ସମ୍ପର୍କ ରହିଛି ନିଜ ଅଭିଯୋଗ ପତ୍ର ରେ ଲେଖିଛନ୍ତି ଅନୁଭବ ଙ୍କ ନିକଟରୁ ଘରଭଡା ବାବଦରେ 20’000ଟଙ୍କା, ମାସିକ ଭରଣ ପୋଷଣ ବାବଦରେ 50’000ଟଙ୍କା, କ୍ଷୟକ୍ଷତି ପୂରଣ ବାବଦକୁ 13କୋଟି ଟଙ୍କା ଏବଂ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ 2କୋଟି ଟଙ୍କା ଦାବି କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । (ରିପୋର୍ଟ ରଶ୍ମିତା ମହାପାତ୍ର)