ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ କର୍ଚ୍ଚବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ସୂରଜ କୁମାର ଗୌଡ଼ଙ୍କୁ ସେହି ବିଦ୍ୟାଳୟର ପିଅନ ବୃନ୍ଦାବନ ମଳିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଆଜି ସକାଳ ପ୍ରାୟ ସାଢେ ୯ ଟାରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିଥିଲେ l ବିଦ୍ୟାଳୟ ଭିତରେ ଛାତ୍ର ଛାତ୍ରୀ ମାନେ ଖେଳୁଥିବା ବେଳେ ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ବାଡ଼ି ଧରି ପିଲାଙ୍କୁ ମାଡ଼ ମାରିଥିଲେ l















