No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ବିତୀୟ ଦିନରେ ଶରଧାବାଲି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଠାରେ ତିନିରଥ ଲାଗିଛି । ସକାଳୁ ଝିପି ଝିପି ବର୍ଷାରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ପୂର୍ବାହ୍ନ ୯ଟା ୩୦ରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ-୯ଟା୫୨ରେ ଓ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୦ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ଶନିବାର ଘର ଘର ନାଦରେ ତିନିରଥ ଗଡିଥିଲା । ଶରଧାବାଲିରେ ପ୍ରଥମେ ତାଳଧ୍ବଜ ରଥ ପୂର୍ବାହ୍ନ ୧୧ଟା ୧୬ ମିନିଟରେ ଲାଗିଥିଲା ପରେ ଦର୍ପଦଳନ ରଥ ମଧ୍ଯାହ୍ନ ୧୨ଟା୧୭ ଓ ନନ୍ଦିଘୋଷ ରଥ ଅପରାହ୍ନ ୧ଟା୦୫ରେ ଶରଧାବାଲିରେ ଲାଗିଥିଲା । ଗଥକାଲି ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଅନେକ ଭକ୍ତ ପୁରୀରେ ଅଟକି ରହିଥିଲେ ।
ଆଜି ତିନିରଥ ଶରଧାବାଲିରେ ଲାଗିବାପରେ ଗହଳିଚହଳି ଲାଗିରହିଛି । ରଥାରୁଢ ଠାକୁରଙ୍କ ପାଖରେ ଦୀପ ଜାଳିବା ସହ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ପୋଲିସ ଓ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ ରଥ ଟାଣିଥିଲେ । ରଥ ଉପରେ ତିନି ଠାକୁରଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା । ସକାଳ ୭ଟା୧୦ରେ ମଙ୍ଗଳାଆଳତି, ୭ଟା ୨୦ରେ ମଇଲମ, ୭ଟା ୨୫ରେ ତଡପଲାଗି ହୋଇ ୯ଟା ୧୫ରେ ଅବକାଶ ପୂଜା ଶେଷ ହୋଇଥିଲା । ୯ଟା୨୫ରେ ତିନିରଥରେ ଠାକୁରଙ୍କ ବେଶ ହୋଇଥିଲା । ୯ଟା ୩୦ ରଥଟଣା ଆରମ୍ଭ ହୋଇ ୧ଟା ୦୫ରେ ଶେଷ ହୋଇଥିଲା ।
ରଥଉପରେ ୪ଟା୩୫ରେ ଗୋପାଳବଲ୍ଲଭ ଶେଷ ହୋଇଥିଲା । ୫ଟା ୪୫ରେ ସକାଳଧୂପ ଶେଷ ,୫ଟା ୫୫ରେ ମଇଲମ, ୬ଟା୩୦ରେ ତିନିରଥରେ ଠାକୁରଙ୍କ ମହାସ୍ନାନ ଶେଷ ହୋଇଥିଲା । ସଂଧ୍ୟା ୬ଟା ୦୫ ରୁ ୬ଟା୩୫ ମଧ୍ଯରେ ତିନିରଥରେ ସର୍ବାଙ୍ଗ ଅନୁଷ୍ଠିତ ହୋଇଥିଲା । ରଥ ଲାଗିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତ ମାନେ ରଥରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆସନ୍ତାକାଲି ସଂଧ୍ଯାରେ ପହଣ୍ଡି ହୋଇ ଆଡପ ମଣ୍ଡପକୁ ବିଜେ କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ରାଜ୍ଯ ପୋଲିସ ଓ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

No Result
View All Result