ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସର ରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଗୁମୁଡ଼ା ପାବନ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି ।ସକାଳେ ଠାକୁର ଙ୍କ ଅବକାଶ ନୀତି,ମଙ୍ଗଳ ଆଳତି,ବେଶ ପରିଧାନ, ମଇଲମ,ସକାଳ ଧୂପ ପରେ ରଥ ମନ୍ଦିର କର୍ତ୍ତା ରାଧାକୃଷ୍ଣ ପାଣିଗ୍ରାହୀ ଙ୍କ ଓ ପୁରୋହିତ ଅଜିତ୍ ମିଶ୍ର ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା ।

ପରେ ସ୍ଥାନୀୟ ଲିମାପଦର ର ପ୍ରପନ୍ନ ତ୍ରିପାଠୀ ଙ୍କ ନେତୃତ୍ୱରେ ସଂକୀର୍ତ୍ତନ କରାଯାଇଥିଲା ।ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା । ଏହା ପରେ ବିଧି ମୁତାବକ ରଜା ରାଧାକୃଷ୍ଣ ପାଣିଗ୍ରାହୀ ଛେରା ପହଁରା କରିଥିଲେ। ଏହା ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।















