No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଇସ୍ଲାମିକ ନୂତନ ବର୍ଷ ୧୪୪୭ ହିଜରୀ ସମଗ୍ର ଦେଶବାସି ଙ୍କୁ ନୂତନ ବର୍ଷର ଶୁଭେସ୍ଛା ଓ ଅଭିନନ୍ଦନ। ଉର୍ଧୁ ଲାଇବ୍ରେରୀ କମିଟି ଓ ମାଇନରିଟି ଡେଭଲପମେଣ୍ଟ ଟ୍ରଷ୍ଟ ଆନୁକୂଲ୍ୟରେ ଉର୍ଦୁ ଲଇବ୍ରେରୀ ପୌର ସଂସ୍ଥା କେନ୍ଦ୍ରାପଡ଼ା ଠାରେ ଇସ୍ଲାମିକ ନୂତନ ବର୍ଷ ବର୍ଣ୍ଣନିଅ ପରିବେଶରେ ପାଳନ କରାଯାଇଅଛି। ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଇସଲାମ ଧର୍ମ ର ମୂଳ ମନ୍ତ୍ର ଯଥା ସଦଭାବନା ଶାନ୍ତି ଓ ମୈତ୍ରୀ କୁ ଲୋକଙ୍କୁ ପଂହଁଚେଇବା। ଏହି ଉଦେଶ୍ୟ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କୁଇଜ଼, ଡିବେଟ ପ୍ରତିଯୋଗିତା କରାଯାଇଥିଲା ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇ ଥିଲା।

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଶିକ୍ଷାବିତ ଏସକେ ଏମଡି ଫାୟାଜୁଦିନ, ଏସକେ ସାଲାଉଦିନ (ରବି), ଏସକେ ଅସଗର ଅଲି, ଏମଡି ଇନୟତ ଅଲି (ଚନ୍ଦନ), ଏସକେ ନାଜ଼ୀମୁଦିନ, ସୟଦ ଜାକିର ଅଲି, ଏସକେ ଯାହାଙ୍ଗୀର, ମୋଲାନା ତବରେଜ ଆଲାମ, ମୋଲାନା ଫକୀରଉଦିନ ଆସି, ଏସକେ ବରକତୁଲା, ସାବିର ହୁସେନ, ଏସକେ ଦିୱାନ ସମଗ୍ର ବିଶ୍ୱ ବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିଥିଲେ। ଆମ ଦେଶ ବାସିଙ୍କ ମଧ୍ୟରେ ସଦଭାବ ଏକତା ଓ ସ୍ନଇସୁତା ଜାଗ୍ରତ ହେଉ ବୋଲି ଆଲା ଙ୍କ ନିକଟରେ ବିନତି ରଖିଥିଲେ।

No Result
View All Result