No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହିସ୍ଥିତ ଉମାକାନ୍ତେଶ୍ଵର ଶିବ ମନ୍ଦିର ନିକଟ ଏକ ଗଛରେ ଜଣେ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ବୀରେନ୍ଦ୍ର କୁମାର ମଲ୍ଲିକ (୪୮) ତାଙ୍କ ଘର ଚାଟରାଚକଡା ପଞ୍ଚାୟତ ଫକିରାବାଦ ଗ୍ରାମରେ ବୋଲି ଜଣାଯାଇଛି। ମୃତ ବୀରେନ୍ଦ୍ର ବେଣୀପୁର ପଞ୍ଚାୟତ ରାୟତୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ବୁଧବାର ପୂର୍ବାହ୍ନ ୯ ଘଟିକାରେ ସ୍କୁଲକୁ ଯାଉଛନ୍ତି ବୋଲି କହି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାରଙ୍କ ପକ୍ଷରୁ ଡେରାବିଶ ଥାନାରେ ଲିଖୂତ ଅଭିଯୋଗ ହୋଇଥିଲା।.
ଅଭିଯୋଗ ପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା । କୈାଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତ୍ରିରେ ଗଛରେ ଝୁଲୁଥିବା ଅବସ୍ଥାରେ ବୀରେନ୍ଦ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ତେବେ ଗୁରୁବାର ପୂର୍ବାହ୍ନରେ ବୀରେନ୍ଦ୍ରର ମୃତଦେହ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୃତ ବୀରେନ୍ଦ୍ର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କ’ଣ କାରଣ ଅଛି ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

No Result
View All Result