• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରତ୍ନସିଂହାସନ ଛାଡି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି : ତିନିରଥର ଘର ଘର ନାଦରେ କମ୍ପିଲା ବଡଦାଣ୍ଡ – ଭକ୍ତ ମେଳରେ କାଳିଆସୁନା

Proprietor Abhimanyu Maharana by Proprietor Abhimanyu Maharana
June 28, 2025
in ଓଡ଼ିଶା, ପୁରୀ, ହୋମ୍
0
ରତ୍ନସିଂହାସନ ଛାଡି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି : ତିନିରଥର ଘର ଘର ନାଦରେ କମ୍ପିଲା ବଡଦାଣ୍ଡ – ଭକ୍ତ ମେଳରେ  କାଳିଆସୁନା
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଜିଲା ବିଜେ କାହାଳୀ । ବାଜି ଉଠିଲା ଘଣ୍ଟ ଘଣ୍ଟା ଓ ମୃଦଙ୍ଗ । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ସିଂହଦ୍ଵାର । ଧାଡି ପହଣ୍ଡିରେ ବାଇଶିପାହାଚରୁ ସିଂହଦ୍ଵାରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଶ୍ରୀସୁଦର୍ଶନ ପହଣ୍ଡି ହୋଇ ଦର୍ପଦଳନ ରଥରେ ବିଜେ କରିଥିଲେ । ପରେ ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ମା ସୁଭଦ୍ରାଙ୍କୁ ଦଇତାପତି ସେବକ ମାନେ ରଥାରୁଢ କରାଇଥିଲେ । ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ କାଳିଆସୁନାଙ୍କ ପହଣ୍ଡି ଆକର୍ଷଣୀୟ ଥିଲା । ଟାହିଆରେ ହଲିହଲି ଝୁଲି ଝୁଲି ସ୍ମିତ ହାସ୍ୟ ସହ କାଳିଆ ଧିରେ ଧିରେ ଘଣ୍ଟ ଘଣ୍ଟୁଆଙ୍କ ତାଳେ ତାଳେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ।

ସକାଳୁ ଆଜ୍ଞାମାଳ ଆସିବା ପରେ ତିନିରଥ ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ ଶ୍ରୀମନ୍ଦିରରେ ୭ଟା ୧୫ରେ ମଙ୍ଗଳାଆଳତି, ୭ଟା୩୦ରେ ମଇଲମ ଓ ତଡପଲାଗି, ୮ଟା ୨୦ରେ ରୋଷହୋମ, ୭ଟା୩୦ରେ ସୂର୍ଯ୍ଯପୂଜା, ୮ଟା ୪୦ରେ ଦ୍ବାରପାଳ ପୂଜା, ୮ଟା୪୫ରେ ଗୋପାଳବଲ୍ଲଭ ଓ ସକାଳଧୂପ ଓ ୯ଟା ୪୫ ସକାଳଧୂପ ଶେଷ ହୋଇଥିଲା । ପୂର୍ବାହ୍ନ ୧୦ଟା ୧୫ରେ ମଙ୍ଗଳାର୍ପଣ କରାଯାଇ ୧୦ଟା ୨୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ୧୨ଟା୩୦ରେ ପହଣ୍ଡି ଶେଷ ହୋଇଥିଲା । ୧୨ଟା ୫୦ରେ ମଦନମୋହନ ଓ ରାମକୃଷ୍ଣ ବିଜେ କରିଥିଲେ । ୧୨ଟା ୫୦ରେ ତିନିଠାକୁରଙ୍କ ରୁନ୍ଧା ଶେଷ ହୋଇଥିଲା । ଅପରାହ୍ନ ୨ଟାରେ ଫୁଲ ଚିତା ଲାଗି ହୋଇଥିଲା । ସକାଳଧୂପରେ ଖେଚେଡି ଭୋଗ କରାଯାଇଥିଲା ।

ଜଗମୋହନରୁ ଠାକୁର ଆସିବା ପରେ ଆକର୍ଷଣୀୟ ଟାହିଆ ଲାଗି କରାଯାଇଥିଲା । ହରିବୋଲ ହୁଳହୁଳି, ଘଣ୍ଟ ଘଣ୍ଟୁଆଙ୍କ ନାଦ ସହିତ ପ୍ରଭୁ ବିଜେ କରି ପ୍ରଭୁ ଭକ୍ତଙ୍କୁ ଚାହିଁ ରହିଥିଲେ । ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ମଣିମା ଡାକୁଥିଲେ । ଆଲଟ ଚାମର ଓ ଛତିଛତ୍ର ସହ ପ୍ରଭୁ ବିଜେ କରିଥିଲେ । ଅପୂର୍ବ ପାଗ ଭକ୍ତ ମାନଙ୍କୁ ମନଆନନ୍ଦ କରିଥିଲା । ଝିପି ଝିପି ବର୍ଷା ସହ ମେଘୁଆ ପାଗ ଭକ୍ତ ମାନଙ୍କୁ ଆଶ୍ବସ୍ତି ଦେଇଥିଲା । ପହଣ୍ଡି ସମୟରେ ଓଡିଶୀନୃତ୍ଯ, ଗୋଟିପୁଅ ନୃତ୍ୟ, ମାହାରିନୃତ୍ଯ ପରିବେଶକୁ ମନମୁଗ୍ଧକର କରିଥିଲା । ରଥ ଉପରେ ତିନିଠାକୁରଙ୍କୁ ରୁନ୍ଧାଯିବା ପରେ ମାଳଫୁଲ ଲାଗି ହୋଇଥିଲା । ଗଜପତି ମହାରାଜ ପାରମ୍ପରିକ ପୋଷାକରେ ଶ୍ରୀନଅରରୁ ପାଲିଙ୍କିରେ ଆସିଥିଲେ ।

ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ରଥ ,ପରେ ଦେବୀ ମା ସୁଭଦ୍ରା ଓ ପରେ ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ଛେରାପହଁରା ଓ ଆଳତି କରି ଶ୍ରୀନଅରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।କୋଠ ସୁଆଁସିଆ ମାନେ ମହାପ୍ରଭୁଙ୍କ ବ୍ଯବହାର୍ଯ୍ଯ ଜିନିଷ ଥିବା ସିନ୍ଦୁକକୁ ରଥ ଉପରେ ରଖିଥିଲେ । ପରେ ଚାରମାଳ ଖୋଲାଯାଇଥିଲା । ପରେ ରଥ ଦଉଡି ଲଗାଯାଇ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭକ୍ତ ମାନେ ଟାଣିଥିଲେ । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତ ମାନେ ଟାଣିଥିଲେ ସଂଧ୍ଯା ସାଢେ ୭ଟା ସୁଦ୍ଧା ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ମାଜଣା ଜାଗା ,

ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ପାଖ ଓ ଶୀଜଗନ୍ନାଥ ନନ୍ଦିଘୋଷ ରଥ ଅଳ୍ପ ବାଟ ପାଠାଗାର ପାଖରେ ଅଟକିଛି । ସଂଧ୍ଯାରେ ବିଦ୍ୟୁତ ଆଲୋକ ଲଗାଇ ରଥଟାଣିବାରୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ଉପରାଷ୍ଟ୍ରପତି, ଓଡ଼ିଶା ରାଜ୍ଯପାଳ, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି,ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା, କନକବର୍ଦ୍ଧନ ସିଂହଦେଓ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଆରକ୍ଷୀ ମହାନିର୍ଦ୍ଦେଶକ ( ଅତ୍ଯାଧୁନିକରଣ) ସୌମ୍ଯନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ସମେତ ବରିଷ୍ଠ ଅଧିକାରୀ ,ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ମନ୍ଦିର ଭିତର ବାହାର ସମେତ ପୁରୀରେ ବ୍ଯାପକ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯବସ୍ଥା କରାଯାଇଥିଲା । ଶନିବାର ସକାଳ ୮ ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

August 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version