ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶୁକ୍ରବାର ପବିତ୍ର ଘୋଷଯାତ୍ରା । ମହାପ୍ରଭୁ ରତ୍ନସିଂହାସନ ଛାଡି ଭକ୍ତଙ୍କ ଗହଳିକୁ ଆସିଛନ୍ତି । ଲକ୍ଷ ଲକ୍ଷ ଭକ୍ତ ଚାହିଁ ରହିଛନ୍ତି ରଥାରୁଢ ଠାକୁରଙ୍କୁ । ବଡଦାଣ୍ଡରେ ଗଡିବ ତିନିରଥ ରଥକର୍ଡନ ଭିତରେ ନୃତ୍ଯରେ ସମର୍ପିତ ନୃତ୍ଯଶିଳ୍ପୀ . ମୟୁରନୃତ୍ଯରେ ସମର୍ପଣ ଭାବ- ରଥ ସମ୍ମୁଖରେ ଅନେକ ନୃତ୍ଯଶିଳ୍ପୀ ପ୍ରଭୁଙ୍କ ନିକଟରେ ନୃତ୍ଯ ପରିବେଷଣ କରିଥିଲେ । ସେମାନଙ୍କ ମଧ୍ଯରୁ ଆକର୍ଷଣୀୟ ନୃତ୍ଯ ଭାବେ ମୟୁରନୃତ୍ଯ କରୁଥିଲେ ଜଗତସିଂହପୁର ବଳରାମ ଦାସ । ନୃତ୍ଯବେଶ ଆକର୍ଷଣୀୟ ହୋଇଥିଲା । ବର୍ଷାରେ ମୟୁର ଯେପରି ନୃତ୍ଯ କରିଥାଏ ଠିକ ସେହିପରି ଭିନ୍ନ ଭାବ ଭଙ୍ଗିରେ ନୃତ୍ଯ କରୁଥିଲେ ନୃତ୍ୟଶିଳ୍ପୀ । ଭୋର ୪ଟାରୁ ଆସି ମହାପ୍ରଭୁଙ୍କ ଅପେକ୍ଷା ଉଦ୍ଦେଶ୍ଯରେ ନୃତ୍ଯ କରୁଥିଲେ । ଏହି ନୃତ୍ଯ ଦେଖି ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ ।

ରାମଭକ୍ତ ହନୁମାନଙ୍କ ନୃତ୍ଯ-ତେତ୍ରାୟା ଯୁଗରେ ଶ୍ରୀରାମଙ୍କ ଭକ୍ତ ଥିଲେ ଶ୍ରୀହନୁମାନ । କଳି ଯୁଗରେ କାଳିଆଙ୍କ ଭକ୍ତ ଭାବରେ ଜଣେ ହନୁମାନ ବେଶଧାରୀ ଭକ୍ତ ନୃତ୍ଯ ପରିବେଷଣ କରିବା ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲା ଛତିଆରୁ ଜୟଦେବ ଲେଙ୍କା ଏହି ନୃତ୍ଯ ପରିବେଷଣ କରୁଥିଲେ । ଓଡିଶୀନୃତ୍ଯରେ ମହାପ୍ରଭୁଙ୍କୁ ଆମନ୍ତ୍ରଣ - ଭାବର ଠାକୁର ଭାବ ବିନୋଦିଆ । ଓଡିଶୀନୃତ୍ଯ ଜରିଆରେ ଭାବ ଭକ୍ତି ଓ ସମର୍ପଣ ଭାବ ସୃଷ୍ଟି କରିବା ପାଇଁ ଓଡିଶୀନୃତ୍ଯ ଶିଳ୍ପୀମାନେ ନୃତ୍ଯ ପରିବେଷଣ କରୁଥିଲେ । ଓଡିଶୀନୃତ୍ଯରେ ପୁରୀର ଗୁରୁ ସନ୍ତୋଷ ପ୍ରଧାନ, ଅନ୍ନପୂର୍ଣ୍ଣା ପଣ୍ଡା,ଶ୍ରୀଜୟା ପଟ୍ଟନାୟକ,ଅମ୍ରିତା ଦାସ, ଶୀପ୍ରା ମିଶ୍ର ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ଯ ପରିବେଷଣ କରି ନିଜକୁ ଧନ୍ଯ ମନେ କରିଛନ୍ତି ।

ମହାପ୍ରଭୁଙ୍କ ପ୍ରିୟ ମାହାରୀନୃତ୍ଯ- ବହୁବର୍ଷ ପୂର୍ବେ ଶ୍ରୀମନ୍ଦିରରେ ମାହାରୀ ସେବା ପ୍ରଚଳିତ ଥିଲା । ନୃତ୍ଯପ୍ରିୟ ଶ୍ରୀଜଗନ୍ନାଥ ବଡସିଂହାର ବେଶ ପରେ ମାହାରୀ ନୃତ୍ଯ କରାଯାଉଥିଲା । ଏବେ ମାହାରୀ ନୃତ୍ଯ ଶିଳ୍ପୀମାନେ ପ୍ରଭୁଙ୍କ ସମ୍ମୁଖରେ ମାହାରୀ ନୃତ୍ଯ କରି ସେହି ପରମ୍ପରାକୁ ଉଜ୍ଜିବିତ କରିଛନ୍ତି । ବାଲେଶ୍ବର ମାଣିକମରୁ ତୃପ୍ତିମୟୀ ବେହେରା ଏହି ନୃତ୍ଯ କରି ମହାପ୍ରଭୁଙ୍କ ସମ୍ମୁଖରେ ସମର୍ପିତ ହୋଇଛନ୍ତି । ଗନ୍ଧର୍ବ ନୃତ୍ଯରେ ମଜିଲେ ଭକ୍ତ-ସ୍ବର୍ଗପୁର ଇନ୍ଦ୍ରଙ୍କ ସଭାରେ ଗନ୍ଧର୍ବ ନୃତ୍ଯ କରିବା କଥିତ ଅଛି ।ଏହି ନୃତ୍ଯକୁ ମନେ ପକାଇ ପୁରୀ ଚନ୍ଦନପୁର ନାୟକ ପାଟଣା ଗ୍ରାମର ଅନିଲ କୁମାର ନାୟକ ଏହି ନୃତ୍ଯ ପରିବେଷଣ କରି ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ । ଏହି ନିଆରା ବେଶ ଭିଡ ଭିତରେ ବାରି ହୋଇଯାଉଥିଲା ।

ଜଗନ୍ନାଥ ବେଶଧାରୀ ଶିଶୁ ନୃତ୍ଯଶିଳ୍ପୀ -ଭିଡ ଭିତରେ ଶିଶୁ ଜଗନ୍ନାଥ ବେଶଧାରୀ ନୃତ୍ଯଶିଳ୍ପୀ ବାରି ହୋଇଯାଉଥିଲେ । ଜଗନ୍ନାଥ ମୁଖ ମଣ୍ଡଳ ପରି ବେଶ ହୋଇଥିଲା । ଏହି ନୃତ୍ଯ ଦେଖି ଭକ୍ତ ଭାନେ ଭାବବିହ୍ବଳ ହୋଇପଡୁଥିଲେ । ନାରଦ ରୂପରେ ସଞ୍ଜୟ- ଶ୍ରୀନାରଦ ତିନି ଭୁବନର ତଥ୍ଯ ରଖୁଥିଲେ । ସୃଷ୍ଟିର ମଙ୍ଗଳ ପାଇଁ ପରାମର୍ଶ ଦେଉଥିଲେ । ଏହାକୁ ମନେ ପକାଇ ନାରଦଙ୍କ ସହ ଗୋପାଳ ନୃତ୍ଯ ଛୋଟ ଶିଶୁ ମାନେ କରୁଥିଲେ ।

ଏହି ନୃତ୍ଯ ଦେଖି ଭକ୍ତ ମାନେ ପ୍ରିତ ହୋଇଥିଲେ । ରଥକର୍ଡନରେ ଶିବତାଣ୍ଡବ- ରଥକର୍ଡନରେ ଶିବତାଣ୍ଡବ ନୃତ୍ଯ ବେଶ ଆକର୍ଷଣୀୟ ହୋଇଥିଲା । ବ୍ରହ୍ମପୁରର ବଦ୍ରି ପାତ୍ର ଶିବ ବେଶରେ ସଜ୍ଜିତ ହୋଇ ନୃତ୍ଯ କରିଥିଲେ । ପ୍ରତିବର୍ଷ ରଥଯାତ୍ରାରେ ଏହି ନୃତ୍ଯ କରି ଠାକୁରଙ୍କ ନିକଟରେ ସମର୍ପିତ ହୋଇଛନ୍ତି ।