(ଓଡ଼ିଶା ତାଜା ନ୍ୟୁଜ୍) :- କସ୍ମୋପଲିସ୍ ସୋସାଇଟି ପରିସର ମଧ୍ୟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆଜି ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି..। ପୁଷ୍ପ ମାଳାରେ ସୁସଜ୍ଜିତ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର ପବିତ୍ର ଛେରା ପହଁରା କରିଥିଲେ l
ଏହା ପରେ ଶାନ୍ତି ଶୃଙ୍ଖଳାର ସହିତ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା..। କସ୍ମୋପଲିସ୍ ପରିସର ଶତାଧିକ ଭକ୍ତଙ୍କର ଘଣ୍ଟ ହୁଳହୁଳି ହରିବୋଲ ଧ୍ୱନୀରେ ମୁଖରିତ ହୋଇ ଉଠିଥିଲା..। ସନ୍ଧ୍ୟା ସୁଦ୍ଧା ରଥ ଟଣା କାର୍ଯ୍ୟର ସମାପନ ହୋଇଥିଲା..।

© 2023 Odisha Taza News.