ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- କମିସନରେଟ୍ ପୋଲିସର ୮ ପୋଲିସ କର୍ମଚାରୀଙ୍କ ବିରୋଧରେ ଗଣ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି । ଏହି ଘଟଣା ଦୁଇମାସ ତଳର । ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି ।
ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ନିଜେ ଏହି ମାମଲାର ତଦାରଖ କରୁଛନ୍ତି । ତଦନ୍ତରୁ ଜଣା ପଡ଼ିଛି ଯେ ଦୁଷ୍କର୍ମକାରୀ ପୁଲିସ କର୍ମଚାରୀମାନେ କମିସନରେଟ ପୁଲିସର ନୁହନ୍ତି । ସେମାନେ ଅନ୍ୟ ଏକ ଜିଲ୍ଲାରୁ ଏଠାରେ ଲକ ଡାଉନ କାର୍ଯ୍ୟପାଇଁ ମୁତୟନ ହୋଇଥିଲେ । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି ।