ଘଟଣାରୁ ପ୍ରକାଶ, ରବୀନ୍ଦ୍ର ଗୁରୁବାର ମଧ୍ୟାହ୍ନ ସମୟରେ ସ୍କୁଟି (ଗାଡି ନଂ ଓଡି ୨୫ ଏନ ୫୮୪୩) ଯୋଗେ ବିଜିପୁର ଗ୍ରାମ ନିକଟସ୍ଥ ସ୍ବସ୍ତିପ୍ରିୟା ହୋଟେଲ ଖାଦ୍ୟ ଆଣିବାକୁ ଯାଉଥିଲେ। କିନ୍ତୁ ବିପରୀତ ଦିଗରୁ ଗାଡି ନଂ ଓଡ଼ି ୦୫ ଏଯେ ୭୨୪୫ ମାରୁତି ଡିଜେୟାର ଗାଡି ଦୃତ ଗତିରେ ଆସୁଥିବା ବେଳେ ସ୍କୁଟି ଗାଡିକୁ ହୋଟେଲ ସମ୍ମୁଖରେ ଧକ୍କା ଦେଇଥିଲା ।
ଘଟଣା ସ୍ଥଳରେ ସ୍କୁଟି ଆରୋହୀ ରବୀନ୍ଦ୍ର ରାସ୍ତା କଡକୁ ଛିଟିକି ପଡିଥିବା ବେଳେ କାର ଟି ଭାରସାମ୍ୟ ହରାଇ ନିକଟରେ ଥିବା ଗଛ ସହ ଧକ୍କା ହୋଇଥିଲା । ଗୁରୁତର ରବୀନ୍ଦ୍ରକୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ଫତେଗଡ ଥାନା ନିରୀକ୍ଷକ ପଞ୍ଚାନନ ପରିଡ଼ା ଦୂର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହୋଇଥବା ଗାଡି ଦୁଇଟିକୁ ଜବତ କରିବା ସହ କାର ଚାଳକକୁ ଥାନାରେ ଅଟକ ରଖି ମୃତ ରବୀନ୍ଦ୍ରଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି l

© 2023 Odisha Taza News.