ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ “କଳା ଦିବସ” କାର୍ଯ୍ୟକ୍ରମ ୟୁନିଟ୍-୯ ହାଉସିଂ ବୋର୍ଡ ଛକ ସ୍ଥିତ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।

୧୯୭୫ ମସିହା ଜୁନ୍ ମାସର ପଚିଶ ତାରିଖ ରାତ୍ରୀକୁ ଭାରତ ବର୍ଷରେ କାଳରାତ୍ରୀ ବୋଲି କୁହାଯାଏ । ଏହି ଦିବସର ମଧ୍ୟ ରାତ୍ରୀ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ଦେଶରେ ଜରୁରୀକାଳ ବା ଏମରଜେନ୍ସି ଘୋଷଣା କରିଥିଲେ ଏବଂ ଏହା ସହିତ ଦେଶର ରାଜନୈତିକ ଆକାଶରେ କଳାବାଦଲ ଘୋଟି ଯାଇଥିଲା ।

ଦେଶର ସାଧାରଣ ନାଗରିକ ମାନଙ୍କର ସମସ୍ତ ମୌଳିକ ଅଧିକାର ବାଜ୍ୟାପ୍ତ କରି ଦିଆଗଲା । ପରବର୍ତ୍ତୀ ସମୟରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଜନ ଆନ୍ଦୋଳନ ତ୍ରୀବ୍ର ରୂପ ନେଇଥିଲା । ଇନ୍ଦିରାଗାନ୍ଧୀଙ୍କ ମେରୀରାୟ ନୀତିର ବିରୋଧ କରି ଦେଶ ଭିତରେ ପ୍ରତିବାଦର ସ୍ୱର ଉଠିବାରେ ଲାଗିଲା । ଜରୁରୀକାଳ ପରିସ୍ଥିତି ଆଇନର ପ୍ରତ୍ୟକ୍ଷ ଭାବେ ବିରୋଧ କରି କିଛି ସତ୍ୟାଗ୍ରହୀ ରାଜରାସ୍ତାକୁ ଓହ୍ଲାଇ ଆସିଲେ ।

ଦେଶସାରା ସତ୍ୟାଗ୍ରହ କରାଯାଇ ଡିଆଇଆର ଆଇନ ବଳରେ ଲକ୍ଷାଧିକ ବ୍ୟକ୍ତି ଜେଲଯାତ୍ରା କରିଥିଲେ । ମାର୍ଚ୍ଚ ମାସ ୨୧ ତାରିଖରେ ଜରୁରୀ ପରିସ୍ଥିତିକୁ ହଟାଇ ଦିଆଗଲା । ନୂତନ ସରକାର ପ୍ରତିଷ୍ଠା ହେବା ଫଳରେ ଦେଶରୁ ଅନ୍ଧାରୀ ଶାସନର ପତନ ହୋଇଥିଲା ଏବଂ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପୁନଃ ସ୍ଥାପିତ ହୋଇଥିଲା ।

ମଧ୍ୟରେ ୫୦ ବର୍ଷ ଅତିକ୍ରାନ୍ତ ହୋଇଯାଇଛି । ଭାରତର ରାଜନୀତିରେ ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି ଏବଂ ଯାଇଛନ୍ତି । କିନ୍ତୁ ଦେଶର ଇତିହାସରେ ଜରୁରୀକାଳ ସମୟର ଏହି ୧୯ ମାସର କାଳଖଣ୍ଡ ଏକ କଳଙ୍କମୟ ସମୟ ଭାବେ ସବୁଦିନ ପାଇଁ ରହିଥିବ ଏବଂ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶର ନାଗରିକ ମାନଙ୍କୁ ସଦାସର୍ବଦା ସତର୍କ ରହିବା ପାଇଁ ଚେତାଇ ଦେଉଥିବ ।

ଅନ୍ୟମାନଙ୍କ ମଧ୍ୟରେ ବିଧାନସଭାର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଅମର ଶତପଥି ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୂଜ୍ୟପୂଜା ସାଂସଦର ରାଜ୍ୟସଭାପତି କୃଷ୍ଣଚନ୍ଦ୍ର ଜଗଦେବ, ଭରତ ଠାକୁର, ଯଜେ୍ଞଶ୍ୱର ବାବୁ ଯୋଗ ଦେଇଥିଲେ । ଲୋକତନ୍ତ୍ର ସେନାନୀ ସଂଘର ସଭାପତି ବିମ୍ବାଧର କୁଅଁର,

କୋଷାଧ୍ୟକ୍ଷ ଭୁବନାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ । ସମ୍ପାଦକ ଶ୍ରୀଧର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରାଜବନ୍ଦୀ ଏବଂ ସେମାନଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଦିଲୀପ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।