କିନ୍ତୁ ଦୁଃଖ ଓ ପରିତାପର ବିଷୟ କି ଆଲୋଚନା ଆଲୋଚନା ରେ ହିଁ ରହିଗଲା ଆଉ ଗୋଟିଏ ଦିନ ପରେ ରଥଯାତ୍ରାରେ ହଜାର ହାଜର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହେବ l ଦୁଃଖ ଓ ପରିତାପର ବିଷୟ ରଥଯାତ୍ରା କୁ ଆଉ ୧ଦିନ ରହିଥିବାବେଳେ ଅଦ୍ୟାବଧି କୌଣସି ଖୁଣ୍ଟ ଅପସାରଣ ହୋଇପାରି ନାହିଁ ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ l
ପୂର୍ବ ବର୍ଷ ଏକ ଖୁଣ୍ଟ ରେ ମହାପ୍ରଭୁ ଙ୍କ ରଥ ଲାଗିଥିବାରୁ ମହାପ୍ରଭୁ ଙ୍କ ମୁଖ୍ୟ ପତାକା ଓ କଳସରେ ଆଘାତ ଲାଗି ଖସିପଡ଼ିଥିଲା ପରେ ପ୍ରାୟଶ୍ଚିତ ନିମିତ୍ତ ହୋମ ହୋଇ ନୂତନ ପତାକା ଲାଗି ହୋଇଥିଲା l ଏଣୁ ଆଜି ମଧ୍ୟାନ୍ନ ସମୟରେ ରଣପୁର ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଶ୍ରୀଜଗନ୍ନାଥ ସେନା,
ରଣପୁର ଙ୍କ ତରଫରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ଦୃଷ୍ଟରୁ ଯେପରି ରଥଯାତ୍ରା ରେ କୌଣସି ଅଘଟଣ ନ ହୁଏ ସେଥିପ୍ରତି ଦୃଷ୍ଟି ଯଥାଶୀଘ୍ର ସମସ୍ୟlର ସମାଧାନ କରିବାକୁ ଲିଖିତ ଅଭିଯୋଗ ଦିଆଗଲା ଓ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ବିବାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ l

© 2023 Odisha Taza News.