No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଅଭିନେତ୍ରୀ ଅନୁ ଚୌଧୁରୀ,
ବିଜେପି ନେତା ସଜ୍ଜନ ଶର୍ମା, ପ୍ରିୟଦର୍ଶୀ ମିଶ୍ର ଏବଂ ଗବେଷକ ଅନିଲ ଧୀର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ଅତୁଲ୍ୟ ମହାନ୍ତି, ଶମିମ କୁରେସି, ହରପ୍ରସାଦଙ୍କ ସହ ଅନ୍ୟ ଉଦ୍ୟୋଗୀ ଓ ପ୍ରତିଭା ନାରାୟଣ ଏବଂ ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ସୂର୍ଯ୍ୟବଂଶୀ ଏହି ଅବସରରେ କହିଥିଲେ,
“ଜିନ୍ଦଗୀ ଲମ୍ବି ନେହିଁ ବଡ଼ି ହୋନି ଚାହିଏ…ଅର୍ଥାତ ଛୋଟ ଟିମ୍ ହୋଇଥିଲେ ମଧ୍ୟ ଓଡ଼ିଶାଲିଙ୍କ୍ସ ଗତ କିଛି ବର୍ଷରେ ବଡ଼ କାମ କରିଦେଖାଇଛି। ବିଶେଷ କରି ରାଜ୍ୟର ବିଭିନ୍ନ ବିପତ୍ତି ସମୟରୁ ଆରମ୍ଭ କରି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଏବଂ କୁମ୍ଭମେଳା ପରି ଜାତୀୟ ପ୍ରସଙ୍ଗରେ ଏହି ଗଣମାଧ୍ୟମ ପ୍ରଶଂସନୀୟ କଭରେଜ କରିଛି।
“ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଉଦଘାଟନ ପରେ ବାପୁ ଓଝାଙ୍କ ନିର୍ଦ୍ଦେଶିତ ଭକ୍ତିଭରା ନାଟକ ଅଦୃଶ୍ୟ ଜଗନ୍ନାଥ ମଞ୍ଚସ୍ଥ ହୋଇଥିଲା। ଓଡ଼ିଶା ଲିଙ୍କ୍ସ ପ୍ରତିଷ୍ଠାତା ରାକେଶ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ।

No Result
View All Result