No Result
View All Result
ପାରଳାଖେମୁଣ୍ଡି ସହର ସ୍ଥିତ ବେତାଗୁଡ଼ା ସ୍ଥିତ ପ୍ରସିଦ୍ଧ ବନଦୁର୍ଗା ମନ୍ଦିରରୁ ସୁନା ଅଳଙ୍କାର ଚୋରି, ସିସିଟିଭି ଫୁଟେଜ ଦ୍ୱାରା ଚୋରକୁ ଧରିଲେ ଅଞ୍ଚଳବାସୀ
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗତକାଲି ମଧ୍ୟାହ୍ନରେ ଚଳଚଞ୍ଚଳମୟ ଦୁର୍ଗାମାପେଟା ସାହିରେ ଥିବା ପ୍ରସିଦ୍ଧ ବନଦୁର୍ଗା ମନ୍ଦିରରେ ଜଣେ ଚୋର ମାଙ୍କ ସୁନା ଅଳଙ୍କାର ଚୋରି କରିବା ଏବଂ ପରେ ଧରାପଡିବା ଘଟଣା ସାମନାକୁ ଆସିଛି । ସୂଚନା ପ୍ରକାରେ ଦୁର୍ବୃତ୍ତ ଜଣକ ମନ୍ଦିରରେ ପଶି ମାଙ୍କ ସ୍ବର୍ଣ୍ଣ ଅଳଙ୍କାର ଚୋରି କରିନେଇଥିଲା । ଏହି ସମୟରେ ମନ୍ଦିରର ପୂଜକ ସ୍ବଳ୍ପ ସମୟ ପାଇଁ କୌଣସି କାମରେ ବାହାରକୁ ଯାଇଥିଲେ |
ସେ ଫେରିବା ପରେ ବନଦୁର୍ଗା ମାଙ୍କ ପ୍ରତିମୂର୍ତ୍ତିରେ ସୁନା ଅଳଙ୍କାର ନଥିବା ଦେଖୁଥିଲେ | ସେ ତୁରନ୍ତ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦେଖିଥିଲେ | ଜଣେ ଦୁର୍ବୃତ୍ତ ମାଙ୍କ ବେକରୁ ସ୍ୱର୍ଣ୍ଣ ଅଳଙ୍କାର ଚୋରି କରିବା ଜଣାପଡିଥିଲା I ଏସବୁ ଘଟଣା ସ୍ବଳ୍ପ ସମୟ ମଧ୍ୟରେ ହୋଇଥିବାରୁ ପୂଜକ ଜଣକ କାଳବିଳମ୍ବ ନକରି ସାହି ବାସିନ୍ଦାଙ୍କୁ କହିବା ସହ ଦୁର୍ବୃତ୍ତର ପିଛା କରିଥିଲେ. ଦୁର୍ବୃତ୍ତ ଜଣକ ସେହି ଅଞ୍ଚଳରେ ବୁଲୁଥିବା ଅବସ୍ଥାରେ ଦେଖି ଧରିଥିଲେ. ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ତାକୁ ଜିମା ଦେଇଥିଲେ।

No Result
View All Result