ସୂଚନା ଥାଉକି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନଥିବାରୁ ଦିନକୁ ଦିନ ଘଟଣା ବୃଦ୍ଧିପାଉଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରଖିବାରେରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବାରୁ ଆଜି ବିଜୁ ଜନତା ଦଳର ଛାତ୍ର ଯୁବକମାନେ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତୋଳନ କରିବା ସହ ଆଗାମୀ ଦିନରେ ରାଜ୍ୟରେ ଛାତ୍ର ଆନ୍ଦୋଳନ ଜୋରଦାର କରିବା ପାଇଁ ରଣପୁର ବ୍ଲକ୍ ଯୁବ ବିଜେଡି ସଭାପତି କୃଷ୍ଣ ଗୋପାଳ ବାଚସ୍ପତି ,
ଛାତ୍ର ଉପସଭାପତି ଦିବ୍ୟଜ୍ୟୋତି ମହାପାତ୍ର, ଜିଲ୍ଲା ସମ୍ପାଦକ ରଞ୍ଜନ ଦାସ l ରହି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨ଶହରୁ ଉର୍ଦ୍ଧ୍ଵ ଛାତ୍ର ଯୁବକ ଯୋଗଦେଇଥିଲେ । ଏହି ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ ।

© 2023 Odisha Taza News.