No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଆଗରେ ନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତାଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଥାଉକି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନଥିବାରୁ ଦିନକୁ ଦିନ ଘଟଣା ବୃଦ୍ଧିପାଉଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।
ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରଖିବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବାରୁ ଆଜି ବିଜୁ ଜନତା ଦଳର ଛାତ୍ର ଯୁବକମାନେ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତୋଳନ କରିବା ସହ ଆଗାମୀ ଦିନରେ ରାଜ୍ୟରେ ଛାତ୍ର ଆନ୍ଦୋଳନ ଜୋରଦାର କରିବା ପାଇଁ ନୂଆଗାଁ ବ୍ଲକ୍ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,
ପୂର୍ବତନ ସରପଂଚ ତଥା ବିଜେଡ଼ି ର ଦକ୍ଷନେତା ଗୋଲକ ବିହାରୀ ଗୋଛାୟତ, ସମିତି ସଭ୍ୟ ତଥା ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ଛାତ୍ର ଯୁବନେତା ସୌରଭ ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨ଶହରୁ ଉର୍ଦ୍ଧ୍ଵ ଛାତ୍ର ଯୁବକ ଯୋଗଦେଇଥିଲେ । ଏହି ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ ।

No Result
View All Result